ଓଡିଶା

odisha

ETV Bharat / bharat

ଖୁବଶୀଘ୍ର କରୋନା ମୁକ୍ତ ହେବ ଭାରତ: ଅଶ୍ବିନୀ ଚୌବେ - କୋଭିଡ ଟିକାକରଣ ପ୍ରସଙ୍ଗ

ଦେଶ ଖୁବ ଶୀଘ୍ର କରୋନା ମୁକ୍ତ ହେବାକୁ ଯାଉଥିବା ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ସୂଚନା । ଅଧିକ ପଢନ୍ତୁ...

ଖୁବଶୀଘ୍ର କରୋନା ମୁକ୍ତ ହେବ ଭାରତ : ଅଶ୍ବିନୀ ଚୌବେ
ଖୁବଶୀଘ୍ର କରୋନା ମୁକ୍ତ ହେବ ଭାରତ : ଅଶ୍ବିନୀ ଚୌବେ

By

Published : Jan 3, 2021, 6:24 PM IST

ନୂଆଦିଲ୍ଲୀ: ଦେଶ ଖୁବ ଶୀଘ୍ର କୋରୋନା ମୁକ୍ତ ହେବାକୁ ଯାଉଛି । ଗତକାଲି ଡ୍ରାଏ ସଫଳତାର ସହ ଶେଷ ହେବା ପରେ ଏପରି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭିଡ-19 ଟୀକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦିଆଯିବା ପରେ ଏହା ଦେଶ ପାଇଁ ଏହା ଏକ ବଡ ସଫଳତା ବୋଲି କହିଛନ୍ତି ଚୌବେ । ସେ ଏଥିପାଇଁ ସମସ୍ତ ବୈଜ୍ଞାନିକ ଓ ସ୍ବାସ୍ଥ୍ୟ କର୍ମୀଙ୍କ ସମେତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି |

ଚୌବେ ଟୁଇଟ୍‌ କରି କହିଛନ୍ତି, କୋଭାକ୍ସିନ୍ ଏବଂ କୋଭିସିଲ୍ଡର ଜରୁରୀକାଳୀନ ବ୍ୟବହାରକୁ DCGI ଅନୁମୋଦନ ଦେବା ଭାରତ ପାଇଁ ଏକ ବଡ ସଫଳତା । ଓ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ସଫଳ ହୋଇ ପାରିଛି ।

ଶନିବାର ଦେଶର 125 ଟି ଜିଲ୍ଲାରେ 286 ଟି କେନ୍ଦ୍ରରେ ଏହି ମକ୍ ଡ୍ରିଲ୍ ସଫଳତାର ସହ ଶେଷ ହୋଇଛି। ଏଥିରେ ବିଭିନ୍ନ ସମଗ୍ର ଦେଶର ପ୍ରାୟ 75 ଲକ୍ଷ ଲୋକ କୋ-ଓ୍ବିନ ଆପରେ ନିଜକୁ ପଞ୍ଜୀକୃତ କରିଛନ୍ତି । ତେଣୁ ଡ୍ରାଏରନ ସଫଳ ହୋଇଛି। 2021ରେ ଏହି ମହାମାରୀ ସଂକଟ ସମାଧାନ ଦିଗରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ଚୌବେ ।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭିଡ -19 ଟିକାକୁ ଜରୁରୀକାଳୀନ ପରିସ୍ଥିତିରେ ସୀମିତ ବ୍ୟବହାର ପାଇଁ ଅନୁମତି ଦେଇଛି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜି) । ତେବେ ବର୍ତ୍ତମାନ ସୁଦ୍ଧା ଟୀକାର ତୃତୀୟ ପର୍ଯାୟ ଟ୍ରାଏଲ ପାଇଁ ପ୍ରସ୍ତୁତି ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details