ଓଡିଶା

odisha

ETV Bharat / bharat

B-20 Business Summit: ଗ୍ରାହକଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଭାରତର ପ୍ରାଥମିକତା - ଭାରତଠାରୁ ଜି20 ଦାୟିତ୍ବ ଗ୍ରହଣ କଲା ବ୍ରାଜିଲ

ବି20 ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ ଗ୍ରାହକଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଭାରତର ପ୍ରାଥମିକତା । ଅଧିକ ପଢ଼ନ୍ତୁ

B20 presidency 2024: ବ୍ରାଜିଲକୁ ଅଧ୍ୟକ୍ଷତା ଭାର ହସ୍ତାନ୍ତର କଲା ଭାରତ
B20 presidency 2024: ବ୍ରାଜିଲକୁ ଅଧ୍ୟକ୍ଷତା ଭାର ହସ୍ତାନ୍ତର କଲା ଭାରତ

By ETV Bharat Odisha Team

Published : Aug 27, 2023, 4:32 PM IST

ନୂଆଦିଲ୍ଲୀ:ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ଉପରରେସ ସର୍ବଦା ଭାରତର ଧ୍ୟାନ ରହିଛି । ଏହି ଦିଗରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଗ୍ରାହକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଭାରତର ଲକ୍ଷ୍ୟ । ଉତ୍ପାଦକ ସଂସ୍ଥା ଏବଂ ଗ୍ରାହକଙ୍କ ସ୍ୱାର୍ଥ ମଧ୍ୟରେ ଉତ୍ତମ ସନ୍ତୁଳନ ରହିଲେ ଏକ ଲାଭଜନକ ବଜାର ସୃଷ୍ଟି ହେବା ସମ୍ଭବପର ହୋଇପାରିବ । ସେହିପରି ଜି-20ର ସମସ୍ତ ସଦସ୍ୟ ଦେଶଙ୍କୁ ଭାରତ ବିକାଶ ଧାରାରେ ସହଯୋଗୀ ଭାବେ ଗ୍ରହଣ କରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଆଜି ଦିଲ୍ଲୀରେ ଜି-20 ଶିଖର ସମ୍ମିଳନୀର ବିଜିନେସ୍‌ ସମ୍ମିଳନୀ ବି-20ର ଅନ୍ତିମ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ଚନ୍ଦ୍ରଯାନ-3ର ସଫଳ ଲ୍ୟାଣ୍ଡିଂ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ । ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ଅନ୍ତର୍ଜାତୀୟ ପ୍ରତିନିଧିଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିିଥିଲେ, ଆପଣ ବ୍ୟବସାୟିକ ନେତାମାନେ ଏପରି ଏକ ସମୟରେ ଭାରତ ଆସିଛନ୍ତି, ଯେଉଁ ସମୟରେ ସମଗ୍ର ଦେଶରେ ଉତ୍ସବ ପାଳନର ପରିବେଶ ରହିଛି । ଭାରତରେ ଏହି ଉତ୍ସବର ପରିବେଶ କେବଳ ସମାଜ ନୁହେଁ ବରଂ ବ୍ୟବସାୟ କ୍ଷେତ୍ର ମଧ୍ୟ ଦେଖାଯାଏ । ଭାରତର ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-3’ର ସଫଳ ଲ୍ୟାଣ୍ଡିଂ ହେବା ପରେ 23 ତାରିଖ ପରଠାରୁ ଦେଶରେ ଉତ୍ସବର ମାହୋଲ ଜାରିରହିଛି ।

ଏହା ମଧ୍ୟ ପଢନ୍ତୁ:-Brics Summit 2023: ସଂଗଠନରେ ସାମିଲ ହେବେ 6 ଟି ନୂଆ ଦେଶ

ଆଫ୍ରିକୀୟ ୟୁନିଅନ୍ G20 ର ସ୍ଥାୟୀ ସଦସ୍ୟ ହେବାକୁ ଆମନ୍ତ୍ରଣ:-

ସେହିପରି ସେ ଜି-20 ସମ୍ମିଳନୀରେ ସେ ଆଫ୍ରିକୀୟ ସଂଘ(ଆଫ୍ରିକୀୟ ୟୁନିଅନ୍)କୁ ମଧ୍ୟ ଅଂଶଗ୍ରହଣ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି । G-20ର ସ୍ଥାୟୀ ସଦସ୍ୟ ହେବାକୁ ଆମେ ଆଫ୍ରିକୀୟ ୟୁନିଅନକୁ ଆମନ୍ତ୍ରଣ କରିଛୁ ବୋଲି ମୋଦି କହିଛନ୍ତି । ଗତ ଦୁଇ ଦିନ ତଳେ ଦକ୍ଷିଣ ଆଫ୍ରିକା ଗସ୍ତ କରି ଜୋହାନ୍ସବର୍ଗରେ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେଠାରେ ମଧ୍ୟ ସେ ବ୍ରିକ୍ସର ବିସ୍ତାର ଓ ଏଥିରେ ଅନ୍ଯ ଦେଶମାନଙ୍କୁ ସ୍ଥାୟୀ ସଦସ୍ୟତା ଦେବା ସପକ୍ଷରେ ମତ ରଖିଥିଲେ । ଏହା ସହ ଭାରତ ଆଜି ଜି20 ର ବିଜିନେସ ସମ୍ମିଳନୀ ବି20ର ପରବର୍ତ୍ତୀ ଆୟୋଜନ (2024) ଭାର ବ୍ରାଜିଲକୁ ପ୍ରଦାନ କରିଛି । ଆସନ୍ତାବର୍ଷ (2024)ରେ ଏହି ଆୟୋଜନ ବ୍ରାଜିଲ ଦ୍ବାରା ହେବ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details