ଓଡିଶା

odisha

ETV Bharat / bharat

Rajnath Singh on Ukraine crisis: ରାଜନାଥ କହିଲେ ଭାରତ ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ଚାହେଁ

ୟୁକ୍ରେନ-ଋଷ ସଙ୍କଟ ଉପରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କହିଲେ ଶାନ୍ତି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନରେ ବିଶ୍ବାସ କରେ ଭାରତ । ଅଧିକ ପଢନ୍ତୁ

Rajnath Singh on Ukraine crisis: ରାଜନାଥ କହିଲେ ଭାରତ ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠାରେ ବିଶ୍ବାସ ରଖେ ଭାରତ
Rajnath Singh on Ukraine crisis: ରାଜନାଥ କହିଲେ ଭାରତ ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠାରେ ବିଶ୍ବାସ ରଖେ ଭାରତ

By

Published : Feb 22, 2022, 6:59 PM IST

ଲକ୍ଷ୍ନୌ:ବର୍ତ୍ତମାନ ସାରା ବିଶ୍ବର ନଜର ୟୁକ୍ରେନ-ଋଷ ସଙ୍କଟ ଉପରେ ଥିବା ଭାରତ ବର୍ତ୍ତମାନ ସୁଦ୍ଧା ଏହି ପ୍ରସଙ୍ଗରେ ଭାରସାମ୍ୟର ସହ ନିରପେକ୍ଷ ଅଭିମୁଖ୍ୟ ରଖି ଆସିଛି । କ୍ରମଶଃ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ବଢିବାରେ ଲାଗିଥିବାବେଳେ ଆଜି ଏହି ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି, ଭାରତ ଏହି ପ୍ରସଙ୍ଗରେ କୂଟନୈତିକ ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠାରେ ବିଶ୍ବାସ ରଖେ ।

ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ରାଜନାଥ କହିଛନ୍ତି, ଯଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲୋଚନା ସ୍ଥାନ ପାଏ, ତେବେ ଦ୍ବନ୍ଦ ଦୂର ନେଇ କୌଣସି ନା କୌଣସିି ସକରାତ୍ମକ ଫଳାଫଳ ସାମ୍ନାକୁ ଆସିପାରିବା ନେଇ ସଙ୍କେତ ମିଳୁଛି । ଋଷ ରାଷ୍ଟ୍ରପତି ପୁଟିନ ଗତକାଲି (ସୋମବାର) ରାଷ୍ଟ୍ରକୁ ଦେଇଥିବା ସମ୍ବୋଧନରେ ୟୁକ୍ରେନରେ ଜାରି ରହିଥିବା ବିଦ୍ରୋହ ଅଞ୍ଚଳକୁ ସ୍ବାଧୀନ ରାଷ୍ଟ୍ର ଭାବେ ଘୋଷଣା କରିଛନ୍ତି । ତେଣୁ ଋଷସେନା ଏବେ ସ୍ବତନ୍ତ୍ର ଅଞ୍ଚଳରେ ପ୍ରବେଶ କରିବେ ବୋଲି ପୁୁଟିନ କହିବା ପରେ ଯୁଦ୍ଧ ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି ।

ଏହି ସମୟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଆମେରିକା ଏବଂ ସହଯୋଗୀମାନଙ୍କ ଅନୁରୋଧ ପରେ ବର୍ତ୍ତମାନର ଉତ୍ତେଜନା ଉପରେ ଏକ ଜରୁରୀ ବୈଠକ କରିଛି । ୟୁକ୍ରେନ ବିଦ୍ରୋହ ଲାଗି ରହିଥିବା ଅଞ୍ଚଳକୁ ସ୍ବତନ୍ତ୍ର ରାଷ୍ଟ୍ର ଘୋଷଣା କରିବା ଓ ସେଠାକୁ ସୈନ୍ୟ ପ୍ରେରଣ ନିଷ୍ପତ୍ତିକୁ ମଧ୍ୟ ନିନ୍ଦା କରିିଛି ସୁରକ୍ଷା ପରିଷଦ । ସେହପରି ସୁରକ୍ଷା ପରିଷଦରେ ଥିବା ୟୁକ୍ରେନ ରାଷ୍ଟ୍ରଦୂତ ମସ୍କୋକୁ ସୈନ୍ୟ ପ୍ରେରଣ ନିଷ୍ପତ୍ତି ରଦ୍ଦ କରିବା ସହ ଶାନ୍ତି ଆଲୋଚନା ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ଆହ୍ବାନ ଦେଇଛନ୍ତି ।

ଏକାଧିକ ପଶ୍ଚିମ ରାଷ୍ଟ୍ର ୟୁକ୍ରେନକୁ ସମର୍ଥନ କରିବା ସହ ଋଷ ବିରୋଧରେ ମେଳି ବାନ୍ଧିବାରେ ଲାଗିଛନ୍ତି । ଏହି ଋଷ ବିରୋଧୀ ମେଳିର ନେତୃତ୍ବ ଆମେରିକା ନେଉଥିବା ବେଳେ ନାଟୋ ସେନା ମଧ୍ୟ ଋଷ ସେନା ସହ ଲଢିବାକୁ ପ୍ରସ୍ତୁତ ଥିବା ଅନ୍ତର୍ଜାତୀୟ ଗଣମାଧମରେ ଚର୍ଚ୍ଚା ହେବାରେ ଲାଗିଛି । ଭାରତ ଋଷର ଦୀର୍ଘକାଳୀନ ବନ୍ଧୁରାଷ୍ଟ୍ର ଭାବେ ରହିଆସିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ଗୋଟିଏ ପକ୍ଷକୁ ସମର୍ଥନ କରିବା ପରିବର୍ତ୍ତେ ସମାଧାନ ପାଇଁ ଉଭୟ କୂଟନୈତିକ ଆଲୋଚନାର ମାର୍ଗ ବାଛିବା ପାଇଁ ପରାମର୍ଶ ଦେଇଆସିଛି ।

ANI

ABOUT THE AUTHOR

...view details