ଓଡିଶା

odisha

G20 Summit: ‘ମୂଳ ଭାରତୀୟ ଆମେରିକା ନିବାସୀ ହେଉଛନ୍ତି USର ଶକ୍ତି’

ବାଇଡେନଙ୍କ ପ୍ରତିନିଧି ମଣ୍ଡଳୀରେ ଆସିଥିବା ଏହି ମହିଳା ମୁଖପାତ୍ର ପୁରା ପ୍ରାଞ୍ଜଳ ଭାବେ ହିନ୍ଦୀ କହୁଥିବା ବେଳେ ଆମେରିକା- ଭାରତ ସମ୍ପର୍କ ନେଇ ସ୍ପଷ୍ଟ ମତ ମଧ୍ୟ ରଖିଛନ୍ତି । ଏହା ବ୍ୟତୀତ ମାର୍ଗରେଟ କହିଛନ୍ତି ଆଗାମୀ 2026 G20 ଶିଖର ସମ୍ମିଳନୀକୁ ଆମେରିକା ଆୟୋଜିତ କରିବାକୁ ଚାହୁଁଛି । ଭାରତର ଜି-20 ଆୟୋଜନକୁ ନେଇ ମାର୍ଗରେଟ କହିଛନ୍ତି ଅବିଶ୍ବସନୀୟ । ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 9, 2023, 6:19 PM IST

Published : Sep 9, 2023, 6:19 PM IST

ମୂଳ ଭାରତୀୟ ଆମେରିକା ନିବାସୀ ହେଉଛନ୍ତି USର ଶକ୍ତି: US ହିନ୍ଦୀ ମୁଖପାତ୍ର
ମୂଳ ଭାରତୀୟ ଆମେରିକା ନିବାସୀ ହେଉଛନ୍ତି USର ଶକ୍ତି: US ହିନ୍ଦୀ ମୁଖପାତ୍ର

ମୂଳ ଭାରତୀୟ ଆମେରିକା ନିବାସୀ ହେଉଛନ୍ତି USର ଶକ୍ତି: US ହିନ୍ଦୀ ମୁଖପାତ୍ର

ନୂଆଦିଲ୍ଲୀ: ଆମେରିକାର ଶକ୍ତି ହେଉଛନ୍ତି ମୂଳ ଭାରତୀୟ ଆମେରିକା ନିବାସୀ । ଯେଉଁ ମାନେ ଭାରତ- ଆମେରିକା ମଧ୍ୟରେ ଏକ ସେତୁ ଭଳି କାମ କରୁଛନ୍ତି । ଏହା ବ୍ୟତୀତ ଭାରତ ସରକାର ଓ ଆମେରିକା ପ୍ରଶାସନ ମଧ୍ୟରେ ଉତ୍ତମ ସମ୍ପର୍କ ରହିଆସିଛି । ଉଭୟ ଦେଶ ପରସ୍ପର ସହଭାଗୀତାରେ କାମ କରୁଛନ୍ତି । ଉଭୟ ଦେଶ ଆର୍ଥିକ ପ୍ରଗତି ନେଇ ଚିନ୍ତା କରୁଛନ୍ତି । ପ୍ରେସିଡେଣ୍ଟ ବାଇଡେନ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ବୁଝାମଣା ହୋଇଛି । ଯାହା ଉଭୟ ଦେଶର ସ୍ବାର୍ଥ ସହ ବିଶ୍ବର ମଙ୍ଗଳ ହେବ । ଆଫ୍ରିକା ୟୁନିୟନ G20 ର ଅଂଶ ହେବା ପରେ ଏହି ପ୍ରିମିୟମ ସଂଗଠନର ଶକ୍ତିବୃଦ୍ଧି ହୋଇଛି । ଏହା କହିଛନ୍ତି ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ମାର୍ଗରେଟ ମ୍ୟାକଲିୟୋଡ ।

ଏହାବି ପଢନ୍ତୁ- G20 Summit Dinner: ଡିନର ଟେବୁଲରେ ଏକାଠି ହେବେ ବିଶ୍ବନେତା, ଜାଣନ୍ତୁ Menuରେ କଣ ରହିଛି

ବାଇଡେନଙ୍କ ପ୍ରତିନିଧି ମଣ୍ଡଳୀରେ ଆସିଥିବା ଏହି ମହିଳା ମୁଖପାତ୍ର ପୁରା ପ୍ରାଞ୍ଜଳ ଭାବେ ହିନ୍ଦୀ କହୁଥିବା ବେଳେ ଆମେରିକା-ଭାରତ ସମ୍ପର୍କ ନେଇ ସ୍ପଷ୍ଟ ମତ ମଧ୍ୟ ରଖିଛନ୍ତି । ଏହା ବ୍ୟତୀତ ମାର୍ଗରେଟ କହିଛନ୍ତି ଆଗାମୀ 2026 G20 ଶିଖର ସମ୍ମିଳନୀକୁ ଆମେରିକା ଆୟୋଜିତ କରିବାକୁ ଚାହୁଁଛି । ଭାରତର ଜି-20 ଆୟୋଜନକୁ ନେଇ ମାର୍ଗରେଟ କହିଛନ୍ତି ଅବିଶ୍ବସନୀୟ । ଭାରତର ବ୍ୟବସ୍ଥା ଓ ଆଥିତେୟତାକୁ ନେଇ ଆମେରିକା ପ୍ରତିନିଧି ଅଭିଭୂତ । ଭାରତ ପ୍ରଧାନମନ୍ତ୍ରୀ ମୋଦି ଜଣେ ଶକ୍ତିଶାଳୀ ନେତା । ତାଙ୍କ ନେତୃତ୍ବରେ ଭାରତ ଆଗକୁ ବଢିବାରେ ଲାଗିଛି । ଜି20 ଶିଖର ସମ୍ମିଳନୀ ପାଇଁ ଭାରତ ହେଉଛି ସର୍ବୋକୃଷ୍ଟ ସ୍ଥାନ ବୋଲି ସେ କହିଛନ୍ତି ।

ଏହାବି ପଢନ୍ତୁ- G20 Summit: ଭାରତର ବଡ ଉପଲବ୍ଧି, ‘Delhi Declaration’ ଘୋଷଣାପତ୍ରକୁ 100% ସହମତି

ଏବେ ପ୍ରଶ୍ନ ଉଠୁଛି ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ମାର୍ଗରେଟ ମ୍ୟାକଲିୟୋଡ ହିନ୍ଦୀ ଶିଖିଲେ କିପରି? ପ୍ରକୃତରେ ମ୍ୟାକଲିୟୋଡ ଭାରତୀୟ ଛାତ୍ରୀ ଥିଲେ । ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସରେ ସେ ପାଠ ପଢୁଥିଲେ । ଦିଲ୍ଲୀର ମୁଖାର୍ଜୀ ନଗରରେ ରହୁଥିଲେ । ଭାରତର ଅନେକ ଐତିହ୍ୟ ସ୍ଥଳୀ ସେ ବୁଲିଛନ୍ତି । ବର୍ତ୍ତମାନର ଗୁରୁଗ୍ରାମ ଓ ସେତେବେଳର ଗୁରୁଗ୍ରାମ ମଧ୍ୟରେ ବହୁ ପରିବର୍ତ୍ତନ ହୋଇଛି ବୋଲି କହିଛନ୍ତି ।

ABOUT THE AUTHOR

...view details