ଓଡିଶା

odisha

ETV Bharat / bharat

6ରୁ ପୁଣି ବ୍ରିଟେନକୁ ଉଡିବ ବିମାନ - ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦ୍ବୀପ ସିଂ ପୁରୀଙ୍କ ଘୋଷଣା

ପୁଣି ଭାରତ-ବ୍ରିଟେନ ମଧ୍ୟରେ ଉଡିବ ବିମାନ । ସୂଚନା ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ । ପଢନ୍ତୁ ଅଧିକ.....

6 ରୁ ପୁଣି ବ୍ରିଟେନକୁ ଉଡିବ ବିମାନ
6 ରୁ ପୁଣି ବ୍ରିଟେନକୁ ଉଡିବ ବିମାନ

By

Published : Jan 2, 2021, 7:40 PM IST

ନୂଆଦିଲ୍ଲୀ: ପୁଣି ଭାରତ-ବ୍ରିଟେନ ମଧ୍ୟରେ ଉଡିବ ବିମାନ । ଚଳିତ ମାସ 6 ତାରିଖରୁ ଦୁଇ ଦେଶ ମଧ୍ୟରେ ଏହି ସେବାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ପାଇଁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ।

6 ରୁ ପୁଣି ବ୍ରିଟେନକୁ ଉଡିବ ବିମାନ

ଆସନ୍ତା 6 ତାରିଖରୁ ଭାରତରୁ ବିଟ୍ରେନକୁ ବିମାନ ଉଡିବା ଆରମ୍ଭ ହେବାକୁ ଥିବାବେଳେ 2 ଦିନ ପରେ ତଥା 8 ତାରିଖରେ ବ୍ରିଟେନରୁ ଭାରତକୁ ବିମାନ ଉଡାଣ ଆରମ୍ଭ କରିବ । ପ୍ରଥମ ପର୍ଯ୍ୟାୟରେ ସପ୍ତାହକୁ 30ଟି ବିମାନ ଉଡାଣ ଆରମ୍ଭ କରିବ । ପ୍ରାଥମିକ ପର୍ଯ୍ୟାୟରେ ଏହି ସେବା ଜାନୁଯାରୀ 23 ଯାଏଁ ଚାଲିବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ସ୍ଥିତିକୁ ଦେଖି ବିମାନ ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ନେବାକୁ ଯୋଜନା କରୁଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ।

ବ୍ରିଟେନରେ କରୋନା ଭାଇରସର ନୂଆ ଷ୍ଟ୍ରେନ ଆରମ୍ଭ ହେବା ପରେ ଗତ 23 ତାରିଖରୁ ଜାନୁଯାରୀ 7 ତାରିଖ ପର୍ଯ୍ୟନ୍ତ ଉଭୟ ଦେଶ ମଧ୍ୟରେ ବିମାନ ସେବାକୁ ରଦ୍ଦ କରିଥିଲେ ଭାରତ ସରକାର । ତେବେ ଜାନୁଯାରୀ ପ୍ରଥମ ସପ୍ତାହରୁ କୋଭିଡ ଗାଇଡଲାଇନ ଅନୁପାଳନ ସହ ବିମାନ ସେବା ପୁଣି ଆରମ୍ଭ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details