ଓଡିଶା

odisha

ETV Bharat / bharat

ଜନସଂଖ୍ୟା ଅଭିବୃଦ୍ଧିରେ ଚୀନକୁ ଟପିବ ଭାରତ

୧୯୬୧ ମସିହା ପରଠାରୁ ପ୍ରଥମ ଥର ପାଇଁ ବିଶ୍ୱର ସବୁଠୁ ଜନବହୁଳ ରାଷ୍ଟ୍ର ଚାଇନାର ଲୋକସଂଖ୍ୟା କମିଛି। ଏହି ଗତିରେ ଚୀନର ଜନସଂଖ୍ୟା କମିଲେ ବଭାରତ ପୃଥିବୀର ବୃହତ୍ତ ଜନସଂଖ୍ୟା ରାଷ୍ଟ୍ର ଭାବେ ଉଭା ହେବ ।

By

Published : Jan 19, 2023, 8:22 PM IST

କମୁଛି ଚୀନର ଜନସଂଖ୍ୟା
କମୁଛି ଚୀନର ଜନସଂଖ୍ୟା

ହାଇଦ୍ରାବାଦ: କମୁଛି ଚୀନର ଜନସଂଖ୍ୟା । ପୃଥିବୀର ସର୍ବବୃହତ୍ତ ଜନବହୁଳ ରାଷ୍ଟ୍ର ଅଭିମୁଖେ ଭାରତ । ୱାର୍ଲ୍ଡ ପପୁଲେସନ ରିଭ୍ୟୁ ଆନୁଯାୟୀ, "୨୦୨୨ ଶେଷ ସୁଦ୍ଧା ଭାରତର ଜନସଂଖ୍ୟା ୧୪୧.୭ କୋଟି ରହିଛି । ଅନ୍ୟପଟେ ଜାନୁଆରୀ ୧୭ ,୨୦୨୩ରେ ଚୀନ ଦ୍ବାରା ପ୍ରକାଶିତ ରିପୋର୍ଟ ଆନୁଯାୟୀ ଚୀନର ଜନସଂଖ୍ୟା ୧୪୧.୨ କୋଟି ରହିଛି । ଯାହା ଭାରତର ଜନସଂଖ୍ୟା ଠାରୁ ୫୦ ଲକ୍ଷ କମ ରହିଛି । ୬୦ ବର୍ଷରେ ପ୍ରଥମ ଥର ଲାଗି ଚୀନର ଜନସଂଖ୍ୟା ଆନୁପାତିକ ଭାବରେ ହ୍ରାସ ପାଇଛି । ୧୯୬୧ ମସିହା ପରଠାରୁ ପ୍ରଥମ ଥର ପାଇଁ ବିଶ୍ୱର ସବୁଠୁ ଜନବହୁଳ ରାଷ୍ଟ୍ର ଚୀନର ଲୋକସଂଖ୍ୟା ହାର କମିଛି । ଚୀନର ଜନସଂଖ୍ୟା ହ୍ରାସକୁ ନେଇ ଚୀନ ସରକାର ଚିନ୍ତା ପ୍ରକଟ କରିଛି ।

ଚୀନ ସରକାର ଦ୍ବାରା ପ୍ରକାଶିତ ତଥ୍ୟ ରିପୋର୍ଟ ଅନୁଯାୟୀ, "ଚୀନ ଜନସଂଖ୍ୟା ୧.୪୧୨ ବିଲିୟନରୁ ଗତବର୍ଷ ୧.୪୧୧ ବିଲିୟନ ଖସିଥିବା ନ୍ୟାସନାଲ୍‌ ଷ୍ଟାଷ୍ଟିକ୍‌ସ୍‌ ବ୍ୟୁରୋ ପକ୍ଷରୁ ମଙ୍ଗଳବାର କୁହାଯାଇଛି । ରିପୋର୍ଟ ଅନୁସାରେ, ଦେଶରେ ପାଖାପାଖି ୮୫ ଲକ୍ଷ ଜନସଂଖ୍ୟା କମିଛି।" ଗତବର୍ଷ ଚାଇନାରେ ଜନସଂଖ୍ୟା ହାର ପ୍ରତି ୧୦୦୦ରେ ୬.୭୭ ଥିବାବେଳେ ତା'ପୂର୍ବ ବର୍ଷ ଅର୍ଥାତ୍‌ ୨୦୨୧ରେ ଏହା ୭.୫୨ ଥିଲା । ଅନ୍ୟପକ୍ଷରେ ଦେଶରେ ମୃତ୍ୟୁହାର ବୃଦ୍ଧି ପାଇଛି । ୨୦୨୨ରେ ଚୀନର ମୃତ୍ୟୁହାର ପ୍ରତି ୧୦୦୦ରେ ୭.୬୭ ହୋଇଛି, ଯାହା ୨୦୨୧ରେ ୭.୧୮ ଥିଲା ।

ନ୍ୟାସନାଲ୍‌ ଷ୍ଟାଷ୍ଟିକ୍‌ସ୍‌ ବ୍ୟୁରୋ ଅନୁଯାୟୀ, ୨୦୨୨ ମସିହାରେ ଚୀନର ମୋଟ ଘରୋଇ ଉତ୍ପାଦ ୧.୨୧୦ ବିଲିୟନ ୟୁଆନରେ ପହଞ୍ଚିଛି । ଯାହା ୨୦୨୧ରେ ୧.୧୪୩ ବିଲିୟନ ୟୁଆନ ଥିଲା । ରିପୋର୍ଟ ଅନୁଯାୟୀ, ଚୀନର ଜିଡିପି ଅଭିବୃଦ୍ଧି ହାର ସରକାରୀ ଲକ୍ଷ୍ୟଠାରୁ ୫.୫ ପ୍ରତିଶତ ତଳେ ରହିଛି । ଏଥିସହିତ ସରକାର କହିଛନ୍ତି ଯେ ବର୍ତ୍ତମାନର ସଂକ୍ରମଣର ଲହର ଅତିକ୍ରମ କରିସାରିଛି । ଶୂନ କୋଭିଡ ନୀତି ଏବଂ ରିଅଲ ଇଷ୍ଟେଟ ବଜାରରେ ବ୍ୟାପକ ହ୍ରାସ ଯୋଗୁଁ ୨୦୨୨ ମସିହାରେ ଚାଇନା ଅର୍ଥନୀତିର ଗତି ମାତ୍ର ତିନି ପ୍ରତିଶତକୁ ଖସି ଆସିଛି । ୧୯୪୭ ପରେ ଗତ ୫୦ ବର୍ଷ ମଧ୍ୟରେ ଏହା ହେଉଛି ଚୀନର ଦ୍ୱିତୀୟ ସର୍ବନିମ୍ନ ଜିଡିପି ଅଭିବୃଦ୍ଧି ହାର । ସେହି ସମୟରେ ଆର୍ଥିକ ଅଭିବୃଦ୍ଧି ହାର ୨.୩ ପ୍ରତିଶତ ଥିଲା । ଫଳରେ ଚୀନର ଅର୍ଥନୀତି ଟଳମଳ ହେବାରେ ଲାଗିଛି ।

ନିତ୍ୟବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟ ବୃଦ୍ଧି ସାଙ୍ଗକୁ ଘରଭଡ଼ା, ସ୍କୁଲ ଫି' ଆଦି ଦର ବଢ଼ିବା ଯୋଗୁ ଲୋକମାନେ ଏକାଧିକ ବଦଳରେ ଗୋଟିଏ ଶିଶୁ ଜନ୍ମ କରିବାକୁ ପସନ୍ଦ କରୁଛନ୍ତି । ନ୍ୟାସନାଲ୍‌ ଷ୍ଟାଷ୍ଟିକ୍‌ସ୍‌ ବ୍ୟୁରୋର ମୁଖ୍ୟ କାଙ୍ଗ ୟି କହିଛନ୍ତି, "ଦେଶରେ ଚାହିଦାଠାରୁ ଅଧିକ ଶ୍ରମିକ ଥିବାଯୋଗୁଁ ଲୋକସଂଖ୍ୟା ହ୍ରାସକୁ ନେଇ ଚୀନ ଲୋକେ ବ୍ୟସ୍ତ ହେବା ଅନାବଶ୍ୟକ ।" ଏହାପୂର୍ବରୁ ୧୯୪୭ ମସିହାରେ ଚୀନର ଅଭିବୃଦ୍ଧି ହାର ୨.୩ ପ୍ରତିଶତ ଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଚୀନ ଜିଡିପି ହାର ୨୦୨୧ ମସିହାରେ ୧୮,୦୦୦ ବିଲିୟନ ଡ଼ଲାରରୁ ୧୭,୯୪୦ ବିଲିୟନ ଡ଼ଲାରକୁ ଖସି ଆସିଛି। ଚୀନର ମୁଦ୍ରା ବିରୋଧରେ ଡଲାର ମଜଭୁତ ଯୋଗୁଁ ଏଭଳି ସ୍ଥିତି ଦେଖା ଦେଇଛି ।

ABOUT THE AUTHOR

...view details