ଓଡିଶା

odisha

ପାକିସ୍ତାନକୁ ଭ୍ୟାକ୍ସିନ ଦେବ ଭାରତ !

By

Published : Mar 9, 2021, 10:58 PM IST

ପାକିସ୍ତାନକୁ କୋଭିଡ ଭ୍ୟାକ୍ସିନ ଦେବା ନେଇ ନିଷ୍ପତ୍ତି ନେଇଛି ଭାରତ । ପାକିସ୍ତାନକୁ ଏହି ଭ୍ୟାକ୍ସିନ ଦାନରେ ଦିଆଯିବ । ଅଧିକ ପଢନ୍ତୁ...

ପାକିସ୍ତାନକୁ ଭ୍ୟାକ୍ସିନ ଦେବ ଭାରତ
ପାକିସ୍ତାନକୁ ଭ୍ୟାକ୍ସିନ ଦେବ ଭାରତ

ନୂଆଦିଲ୍ଲୀ: ପାକିସ୍ତାନକୁ କୋଭିଡ ଭ୍ୟାକ୍ସିନ ଦେବା ନେଇ ନିଷ୍ପତ୍ତି ନେଇଛି ଭାରତ । ପାକିସ୍ତାନକୁ ଏହି ଭ୍ୟାକ୍ସିନ ଦାନରେ ଦିଆଯିବ । ପଡୋଶୀ ଦେଶ ପାକିସ୍ତାନକୁ ସେରମ ଇଷ୍ଟିଚ୍ୟୁଟର ଭ୍ୟାକ୍ସିନ କୋଭିସିଲ୍ଡ ଦିଆଯିବ ।

ବର୍ତ୍ତମାନସୁଦ୍ଧା ଚୀନର ସିନୋଫ୍ରାମ ଆଉ କ୍ୟାନସିନୋ ବାୟୋ, ବ୍ରିଟେନର ଅକ୍ସଫୋର୍ଡ ଏଷ୍ଟ୍ରାଜେନେକା, ଋଷର ସ୍ପୁଟନିକ-ଭିର ପଞ୍ଜୀକରଣ କରିଛି ।

କିଛି ଦିନରୁ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କର ସୁଧାର ପରିଲକ୍ଷିତ ହେଉଛି । ଭାରତ ଓ ପାକିସ୍ତାନ 25 ଫେବୃଆରୀରେ ଘୋଷଣା କରିଥିଲେ ଯେ ଦୁଇ ଦେଶ ଜମ୍ମୁ କାଶ୍ମୀର ଓ ଅନ୍ୟ କ୍ଷେତ୍ରରେ ଏଲଓସିରେ ଅସ୍ତ୍ରବିରତି ଚୁକ୍ତିକୁ କଡାକଡି ପାଳନ କରିବେ ।

ABOUT THE AUTHOR

...view details