ଶ୍ରୀନଗର:ଭାରତୀୟ ସଶସ୍ତ୍ର ବାହିନୀର 3 ଶାଖା ମଧ୍ୟରେ ସମନ୍ୱୟ ବଢାଇବା ଗଠନ ହେବ ମିଳିତ ଥିଏଟର କମାଣ୍ଡ । ଜମ୍ମୁ କାଶ୍ମୀର ପିପୁଲ୍ସ ଫୋରମ୍ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ଏହା ଘୋଷଣା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, "ଭାରତ ପ୍ରତିରକ୍ଷା ଉପକରଣ କ୍ଷେତ୍ରରେ ବିଶ୍ୱର ବୃହତ୍ତମ ଆମଦାନୀକାରୀ ଥିଲା । ଏବେ ରପ୍ତାନିକାରୀ ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢୁଛି । ତେବେ ତିନି ସେନା ମଧ୍ୟରେ ସମନ୍ବୟ ରକ୍ଷା କରିବା ସହ ମିଳିତ ରଣନୀତି ପାଇଁ ତିନିସେନା ମଧ୍ୟରେ ମିଳିତ କମାଣ୍ଡ ପ୍ରତିଷ୍ଠା ପାଇଁ ପ୍ରୟାସ କରାଯାଉଛି ।"
ତିନି ସେନାକୁ ନେଇ ଗଠିତ ହେବ ମିଳିତ କମାଣ୍ଡ: ପ୍ରତିରକ୍ଷା ମନ୍ତ୍ରୀ
3 ସେନାକୁ ନେଇ ଗଠିତ ହେବ ମିଳିତ କମାଣ୍ଡ କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବିଜୟ ଦିବସରେ କାର୍ଗିଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ କଲେ ଘୋଷଣା । ଅଧିକ ପଢନ୍ତୁ
ଆଜି କାର୍ଯ୍ୟକ୍ରମରେ କାର୍ଗିଲ ଯୁଦ୍ଧରେ ଶହୀଦ ହୋଇଥିବା ଭାରତୀୟ ସେନାର ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, "ଦେଶର ଆଞ୍ଚଳିକ ଅଖଣ୍ଡତା ତଥା ସାର୍ବଭୌମତ୍ୱ ରକ୍ଷା ପାଇଁ ଦେଶ ସେମାନଙ୍କର ସର୍ବୋଚ୍ଚ ବଳିଦାନକୁ ଭୁଲିପାରିବ ନାହିଁ । ସେହିପରି ଶହୀଦ ଏବଂ ସେମାନଙ୍କ ପରିବାରକୁ ପୂର୍ଣ୍ଣ ସମ୍ମାନ ଦେବା ଆମ ସମାଜ ଏବଂ ଲୋକଙ୍କର କର୍ତ୍ତବ୍ୟ ମଧ୍ୟ । ସେମାନଙ୍କ ପରିବାର ପ୍ରତି ସାହାଯ୍ୟ ଓ ସମ୍ମାନ ପ୍ରତ୍ୟେକ ନାଗରିକ ନିଜ ଦାୟିତ୍ବ ଭାବେ ଗ୍ରହଣ କରନ୍ତୁ ।"
ପ୍ରତିରକ୍ଷା ଉତ୍ପାଦନ ବିଷୟରେ ଭାରତର ସାମର୍ଥ୍ୟତାକୁ ବୟାନ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, "ଭାରତ ପ୍ରଥମେ ପ୍ରତିରକ୍ଷା ଉତ୍ପାଦ କ୍ଷତ୍ରରେ ବିଶ୍ୱର ସର୍ବବୃହତ ଆମଦାନୀକାରୀ ଦେଶ ଭାବେ ଗଣା ଯାଉଥିଲା । ଆଜି ଭାରତ ପ୍ରତିରକ୍ଷା ରପ୍ତାନୀରେ ଜଡିତ 25ଟି ଅଗ୍ରଣୀ ଦେଶ ମଧ୍ୟରୁ ଗୋଟିଏ ହେବାର ସ୍ଥାନ ଅଧିକାର କରିଛି ।" ଦେଶ 13,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ରପ୍ତାନୀ ପ୍ରକ୍ରିୟା ଆରମ୍ଭ କରିଛି ଏବଂ ଏହାକୁ 2025-26 ସୁଦ୍ଧା ଶେଷ କରାଯିବା ସହ 35,000 ରୁ 40,000 କୋଟିକୁ ଟଙ୍କାକୁ ବୃଦ୍ଧି କରିବାର ଲକ୍ଷ୍ୟ ରହିଛି ।"