ଓଡିଶା

odisha

ETV Bharat / bharat

ଭାରତର ମହାନତା: ପୁଣି ଆଫଗାନିସ୍ତାନକୁ ପଠାଗଲା ୨୦ ହଜାର ମେଟ୍ରିକ ଗହମ - କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

ପୁଣି ମହାନତା ଦେଖାଇଲା ଭାରତ । ସଂକଟ ଦେଇ ଗତି କରୁଥିବା ଆଫଗାନିସ୍ତାନକୁ ଦ୍ବିତୀୟ ପର୍ଯ୍ୟାୟରେ ଖାଦ୍ୟ ସାମଗ୍ରୀ ପଠେଇଲା ଭାରତ । ଅଧିକ ପଢନ୍ତୁ

ଭାରତର ମହାନତା: ପୁଣି ଆଫଗାନିସ୍ତାନକୁ ପଠାଗଲା ୨୦ ହଜାର ମେଟ୍ରିକ ଗହମ
ଭାରତର ମହାନତା: ପୁଣି ଆଫଗାନିସ୍ତାନକୁ ପଠାଗଲା ୨୦ ହଜାର ମେଟ୍ରିକ ଗହମ

By

Published : Mar 3, 2022, 10:00 PM IST

ଅମୃତସର:ପୁଣି ମହାନତା ଦେଖାଇଲା ଭାରତ । ସଂକଟ ଦେଇ ଗତି କରୁଥିବା ଆଫଗାନିସ୍ତାନକୁ ଦ୍ବିତୀୟ ପର୍ଯ୍ୟାୟରେ ଖାଦ୍ୟ ସାମଗ୍ରୀ ପଠେଇଲା ଭାରତ । ଆଜି ପଞ୍ଜାବର ଅଟ୍ଟାରୀ ଓ ଅମୃତସରରୁ ୨୦ ହଜାର ମେଟ୍ରିକ୍‌ ଟନ୍‌ ଗହମ ଆଫଗାନିସ୍ତାନକୁ ପଠାଇଛନ୍ତି ଭାରତ ସରକାର ।

ସେହିପରି ଆଜି ଦ୍ବିତୀୟ ପର୍ଯ୍ୟାୟରେ ପଞ୍ଜାବର ଅଟ୍ଟାରୀ ଓ ଅମୃତସରରୁ ଏହି ଗହମ ଟ୍ରକରେ ପଠାଯାଇଛି । ତେବେ ଆଜି ୨୦ ହଜାର ମେଟ୍ରିକ ଟନ ଗହମ ପଠାଇଛନ୍ତି ସରକାର । ଜଲାଲାବାଦ ଓ ଆଫଗାନିସ୍ତାନକୁ ଏହି ଗହମ ପଠାଯାଇଛି ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତେବେ ପୂର୍ବରୁ ମଧ୍ୟ ଭାରତ ସରକାରଙ୍କ ପକ୍ଷରୁ ୫୦ ହଜାର ମେଟ୍ରିକ ଟନ୍‌ ଗହମ ପଠା ଯାଇଥିଲା ।

ସୂଚନା ଅନୁସାରେ, ଭାରତ ସରକାର ଏହା ପୂର୍ବରୁ ଆଫଗାନିସ୍ତାନକୁ ୨.୫ ମେଟ୍ରିକ ଟନର ମେଡିକାଲ ଉପକରଣ ଓ ପୋଷାକ ସହାୟତା ପଠେଇଥିଲେ । ତେବେ ଏହା ଷଷ୍ଠ ଥରରେ ପୁଣି ବହୁତ ପରିମାଣରେ ଖାଦ୍ୟ ପଦାର୍ଥ ପଠାଇଛି ଭାରତ ।

ଅପରପକ୍ଷେ ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଫଗାନିସ୍ତାନ ଶିଖ୍‌ ଓ ହିନ୍ଦୁ ପ୍ରତିନିଧି ମଣ୍ଡଳୀ ସହ ଭେଟିବା ସହ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏଥିସହ ବିଭିନ୍ନ ସମସ୍ୟା ଓ ଅସୁବିଧାର ସମାଧାନ ପାଇଁ ଆଗାମୀ ଦିନରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହା ସହିତ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆଫଗାନିସ୍ତାନ ନାଗରିକଙ୍କୁ ମାନବିକତା ସହାୟତା ଓ ଅନ୍ୟାନ୍ୟ ସହାୟତା ପାଇଁ ଭାରତ ସରକାର ପରିକର ବଦ୍ଧ ବୋଲି କହିଥିଲେ ।

ଅନ୍ୟପଟେ ଖାଦ୍ୟ ପଦାର୍ଥ ଠାରୁ ଆରମ୍ଭ କରି କୋଭିଡ ଟୀକା ଏବଂ ଅନ୍ୟ ଜରୁରୀକାଳୀନ ଜୀବନ ବଞ୍ଚାଇବା ଔଷଧ ପଠେଇବା ପରେ ପୂର୍ଣ୍ଣ ସାହାଯ୍ୟ କରିବ ଭାରତ ସରକାର ବୋଲି ପୂର୍ବରୁ ଅରିନ୍ଦିମ ବାଗ୍‌ଚୀ କହିଛନ୍ତି । ୩.୬ ଟନର ମେଡିକାଲ ସହାୟତା ଏବଂ ୫ ଲକ୍ଷ କୋଭିଡ୍‌ ଟୀକା ଡୋଜ ଆଫଗାନିସ୍ତାନକୁ ଭାରତ ପୂର୍ବରୁ ମଧ୍ୟ ପଠାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details