ନୂଆଦିଲ୍ଲୀ:ଭାରତ-ଫ୍ରାନ୍ସ ମଧ୍ୟରେ ହୋଇଥିବା ରାଫେଲ ଯୁଦ୍ଧ ବିମାନ ଚୁକ୍ତିର ଶେଷ ରାଫେଲ ବିମାନ ଡିସେମ୍ବର 15ରେ ଭାରତକୁ ମିଳିବାକୁ ଯାଉଛି (India to receive its last Rafale by December)। ଡିସେମ୍ବର 15 ତାରିଖରେ ଶେଷ ତଥା 36ତମ ରାଫେଲ ବିମାନ ଭାରତରେ ପହଞ୍ଚିବ । 2016 ରେ 60 ହଜାର କୋଟି ବିନିମୟରେ 36ଟି ଅତ୍ୟାଧୁନିକ ଲଢୁଆ ରାଫେଲ ବିମାନ କିଣିବା ପାଇଁ ଫ୍ରାନ୍ସର ଦାସଲ୍ଟ ଆଭିଏସନ (Dassault Aviation) ଓ ଭାରତ ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।
ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, 15 ତାରିଖରେ ଚୁକ୍ତିନାମାର ଶେଷ ତଥା 36ତମ ବିମାନ ଭାରତକୁ ହସ୍ତାନ୍ତର ହେବ । 36 ବିମାନ ମଧ୍ୟରୁ ଭାରତ ବର୍ତ୍ତମାନ ସୁଦ୍ଧା 35ଟି ବିମାନ ଗ୍ରହଣ କରିସାରିଛି । ପର୍ଯ୍ୟାୟ କ୍ରମେ ଏହି ବିମାନଗୁଡିକ ଭାରତ ଆସି ସାରିଥିବା ବେଳେ ହରିୟାଣାର ଆମ୍ବାଲା ଓ ପଶ୍ଚିମବଙ୍ଗର ହାସିମାରାରେ ଏୟାରଫୋର୍ସ ବେସରୁ ଅପରେଟ ହେଉଛନ୍ତି ।