ଓଡିଶା

odisha

ETV Bharat / bharat

Bhagwant Mann deplaned ! ତଦନ୍ତ କରିବ କେନ୍ଦ୍ର, ମାନଙ୍କ ସପକ୍ଷରେ ବାହାରିଲେ କେଜ୍ରିଓ୍ବାଲ - ମାନଙ୍କ ବିମାନ ବବାଦର ତଦନ୍ତ କରିବ କେନ୍ଦ୍ର

ଭଗଓ୍ବନ୍ତ ମାନଙ୍କୁ ଜର୍ମାନୀରେ ବିମାନରୁ ଓହ୍ଲାଇ ଦେବା ଅଭିଯୋଗର ତଦନ୍ତ କରିବ ବେସାମରିକ ମନ୍ତ୍ରଣାଳୟ (Bhagwant Mann deplaned)। ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ମାନଙ୍କ ସପକ୍ଷରେ ବାହାରିଲେ ଦଳ ମୁଖ୍ୟ ।କେଜ୍ରିଓ୍ବାଲ କହିଲେ ବିରୋଧୀଙ୍କ ଅଭିଯୋଗ କାଦୁଅ ଫିଙ୍ଗା ରାଜନୀତି । ଅଧିକ ପଢନ୍ତୁ

Bhagwant Mann deplaned ! ତଦନ୍ତ କରିବ କେନ୍ଦ୍ର, ମାନଙ୍କ ସପକ୍ଷରେ ବାହାରିଲେ କେଜ୍ରିଓ୍ବାଲ
Bhagwant Mann deplaned ! ତଦନ୍ତ କରିବ କେନ୍ଦ୍ର, ମାନଙ୍କ ସପକ୍ଷରେ ବାହାରିଲେ କେଜ୍ରିଓ୍ବାଲ

By

Published : Sep 20, 2022, 9:04 PM IST

ନୂଆଦିଲ୍ଲୀ: ଜର୍ମାନୀ ଗସ୍ତରେ (Bhagwant Mann germany visit) ଥିବା ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ମଦ୍ୟପାନ କରିଥିବା କାରଣରୁ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ଅଭିଯୋଗର ତଦନ୍ତ କରିବେ କେନ୍ଦ୍ର ସରକାର (Bhagwant Mann deplaned)। ଏନେଇ ତଦନ୍ତର ଆବଶ୍ୟକତା ଥିବା ବିରୋଧୀ ଦାବି କରି ଆସୁଥିବା ବେଳେ ଏହାକୁ ଗ୍ରହଣ କରିଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଏହି ଅଭିଯୋଗର ତଦନ୍ତ କରାଯିବ (India to probe Mann deplaned matter)। ଜର୍ମାନୀ ଗସ୍ତରେ ଥିବା ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ ନିଶାସକ୍ତ ଥିବା ଜଣାପଡିବା ପରେ ତାଙ୍କୁ ଲଫଥାନସା ଏୟାର ଲାଇନ୍ସର ଦିଲ୍ଲୀ ଅଭିମୁଖେ ଉଡାଣ ଭରିବାକୁ ଥିବା ଏକ ବିମାନରେ ବୋର୍ଡିଂ ବେଳେ ଓହ୍ଲାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା ।

ମାନଙ୍କ ଏହି କାର୍ଯ୍ୟକଳାପ ପଞ୍ଜାବ ସମେତ ସମଗ୍ର ଦେଶକୁ ନିନ୍ଦିତ କରିଥିବା ପଞ୍ଜାବ ବିରୋଧୀ ଦଳ ନେତା ପ୍ରତାପ ବାଜଓ୍ବା ଅଭିଯୋଗ କରିଥିଲେ । ସେହିପରି ଶିରୋମଣୀ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲ ମଧ୍ୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟକୁ ଦର୍ଶାଇ ଟ୍ବିଟ କରିବା ସହ ଘଟଣାକୁ କଡା ନିନ୍ଦା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏପରି କାର୍ଯ୍ୟକଳାପରେ ଦଳ କାହିଁକି ନୀରବ ଓ ଦଳ ମୁଖ୍ୟ କେଜ୍ରିଓ୍ବାଲ ଏନେଇ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଦାବି ଉଠିଥିଲା । ଦେଶର ମର୍ଯ୍ୟାଦାହାନୀ ହୋଇଥିବା ଦର୍ଶାଇ ଏହି ଘଟଣାର ତଦନ୍ତ କେନ୍ଦ୍ର ସରକାର ଜର୍ମାନୀ ପ୍ରତିପକ୍ଷଙ୍କ ସହଯୋଗରେ କରନ୍ତୁ ବୋଲି ମଧ୍ୟ ବିରୋଧୀ ଦାବି କରିଥିଲେ । ତେବେ ଏହି ତଦନ୍ତ ଦାବିକୁ ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଗ୍ରହଣ କରିଛନ୍ତି ।

ଆଜି ସାମ୍ବାଦିକଙ୍କୁ ଏହି ଘଟଣା ସମ୍ପର୍କିତ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ସିନ୍ଧିଆ କହିଛନ୍ତି,‘‘ ଏପରି ଅଭିଯୋଗ ଆସିଛି । ଅଭିଯୋଗ ହେଉଥିବା ମାମଲାଟି ବିଦେଶରେ ଘଟିଛି । ତେଣୁ ଆମକୁ ପ୍ରଥମେ ତଥ୍ୟ ସଂଗ୍ରହ କରିବାକୁ ହେବ (India to probe Mann deplaned matter)। ମୁଁ ଅଭିଯୋଗ ଅନୁସାରେ ଏହି ଘଟଣାକୁ ଦୃଷ୍ଟି ଦେଉଛି । ସମ୍ପୃକ୍ତ ଏୟାର ଲାଇନ୍ସ ଠାରୁ ତଥ୍ୟ ସଂଗ୍ରହ କରିବା ପରେ ଘଟଣା ନେଇ ସତ୍ୟତା ସାମ୍ନାକୁ ଆସିପାରିବ ।’’

ଅନ୍ୟପଟେ କେନ୍ଦ୍ରର ହସ୍ତକ୍ଷେପ ପରେ ଘଟଣା ଆହୁରି ଚର୍ଚ୍ଚିତ ମୋଡ ନେଇଛି । ମାନଙ୍କ ପାଇଁ ସାମ୍ନାକୁ ଆସିଛନ୍ତି ଦଳ ମୁଖ୍ୟ କେଜ୍ରିଓ୍ବାଲ । ଆଜି ଗୁଜୁରାଟ ଗସ୍ତରେ ଥିବା କେଜ୍ରିଓ୍ବାଲ ଭଦୋଦରାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ବେଳେ କହିଛନ୍ତି, ‘‘ବିରୋଧୀଙ୍କ ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ସେମାନେ କାଦୁଅ ଫିଙ୍ଗା ରାଜନୀତି କରୁଛନ୍ତି । ମାନ ତାଙ୍କ 6 ମାସ ମୁଖ୍ୟମନ୍ତ୍ରୀତ୍ବ ସମୟରେ ପଞ୍ଜାବରେ ଯାହା କରିବାରେ ସଫଳ ହୋଇଛନ୍ତି, ତାହା 75 ବର୍ଷ ଇତିହାସରେ ହୋଇନଥିଲା । ବିରୋଧୀ ଏପରି ମିଥ୍ୟା ଅଭିଯୋଗ ଆଣି ତାଙ୍କ ଭାବମୂର୍ତ୍ତି ମଳିନ କରିବାର ପ୍ରାୟାସ କରୁଛନ୍ତି ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details