ଓଡିଶା

odisha

ETV Bharat / bharat

ଗ୍ରୀନ୍ ହାଇଡ୍ରୋଜେନ୍ ଇନିସିଏଟିଭ ପାଇଁ 2 ଦିନିଆ ସମ୍ମିଳନୀ ଆୟୋଜନ କରିବ ଭାରତ - ବ୍ରିକ୍ସ ଦେଶ

ଗ୍ରୀନ୍ ହାଇଡ୍ରୋଜେନ୍ ଇନିସିଏଟିଭ୍ ଉପରେ ଦୁଇ ଦିନିଆ ଶିଖର ସମ୍ମିଳନୀ ଆୟୋଜନ କରିବ ଭାରତ। ଯୋଗ ଦେବେ ବ୍ରିକ୍ସ ଦେଶ ସମୂହ। ଅଧିକ ପଢନ୍ତୁ...

ଗ୍ରୀନ୍ ହାଇଡ୍ରୋଜେନ୍ ଇନିସିଏଟିଭ୍ ପାଇଁ 2 ଦିନିଆ ସମ୍ମିଳନୀ ଆୟୋଜନ କରିବ ଭାରତ
ଗ୍ରୀନ୍ ହାଇଡ୍ରୋଜେନ୍ ଇନିସିଏଟିଭ୍ ପାଇଁ 2 ଦିନିଆ ସମ୍ମିଳନୀ ଆୟୋଜନ କରିବ ଭାରତ

By

Published : Jun 20, 2021, 10:06 PM IST

ନୂଆଦିଲ୍ଲୀ:ଗ୍ରୀନ୍ ହାଇଡ୍ରୋଜେନ୍ ଇନିସିଏଟିଭ୍ ଉପରେ 2 ଦିନିଆ ଶିଖର ସମ୍ମିଳନୀ ଆୟୋଜନ କରିବ ଭାରତ । ମଙ୍ଗଳବାର ଠାରୁ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ସମ୍ମିଳନୀରେ ବ୍ରିକ୍ସ ରାଷ୍ଟ୍ର ସମୂହ (ବ୍ରାଜିଲ, ରୁଷ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକା) ଦେଶ ଅଂଶଗ୍ରହଣ କରିବ।

ସାର୍ବଜନୀନ କ୍ଷେତ୍ର NTPC ସହିତ ମିଳିତ ଭାବରେ ଆୟୋଜିତ ଏହି ସମ୍ମିଳନୀ ସବୁଜ ହାଇଡ୍ରୋଜେନ୍ ପଦକ୍ଷେପ ପାଇଁ ଅଂଶଗ୍ରହଣକାରୀ ଦେଶମାନଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିବ। ଏନଟିପିସି ବିବୃତ୍ତିରେ କହିଛି ଯେ ଏହି ସମ୍ମିଳନୀ ମାଧ୍ୟମରେ ଏହି ଦେଶଗୁଡିକ ମଧ୍ୟ ନିଜ ଦେଶରେ ଗ୍ରୀନ ହାଇଡ୍ରୋଜେନ ସମ୍ପର୍କିତ କାର୍ଯ୍ୟକ୍ରମରେ ପରବର୍ତ୍ତୀ ସ୍ତରକୁ କିପରି ପଦକ୍ଷେପ ନେଇପାରିବେ ତାହା ଆଲୋଚନାର ସୁଯୋଗ ପାଇବେ।

ଏହି ଅନଲାଇନ୍ ଇଭେଣ୍ଟ ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇ ଜୁନ୍ 23 ରେ ଶେଷ ହେବ ବିବୃତ୍ତିରେ କୁହାଯାଇଛି ଯେ ସମଗ୍ର ଶକ୍ତି ପ୍ରଣାଳୀକୁ କାର୍ବନମୁକ୍ତ କରିବା ନିହାତି ଆବଶ୍ୟକ ହୋଇ ପ଼ଡିଛି । ସମଗ୍ର ବିଶ୍ବ ବର୍ତ୍ତମାନ ଏ ଦିଗରେ ପ୍ରଭାବଶାଳୀ ଢଙ୍ଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ମଧ୍ୟ ନେଇଛି । ଏଥିରେ ହାଇଡ୍ରୋଜେନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଯେତେବେଳେ ଅକ୍ଷୟ ଶକ୍ତି ବ୍ୟବହାର କରି ଇଲେକ୍ଟ୍ରୋଲାଇସିସ୍ ମାଧ୍ୟମରେ ହାଇଡ୍ରୋଜେନ ଉତ୍ପନ୍ନ ହୁଏ ଏହାକୁ ସବୁଜ ହାଇଡ୍ରୋଜେନ କୁହାଯାଏ । ଏଥିରେ ଅଙ୍ଗାରକାମ୍ଳର ଉପସ୍ଥିତି ଆଦୌ ନଥାଏ। ଯାହା ପରିବେଶ ଅନୁକୂଳ (eco friendly) ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details