ଓଡିଶା

odisha

ETV Bharat / bharat

Shinzo Abe Death: ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳିବ ଭାରତ, ମୋଦି କହିଲେ ଜଣେ ବନ୍ଧୁଙ୍କୁ ହରାଇଲି - ସିଞ୍ଜୋ ଆବେଙ୍କ ମୃତ୍ୟୁରେ ଦିନିକିଆ ରାଷ୍ଟ୍ରୀୟ ଶୋକ

ଗୁଳିମାଡରେ ଆଜି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ ହୋଇଛି । ଏନେଇ ଗଭୀର ଦୁଃଖପ୍ରକାଶ କରିବା ସହ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

ସିଞ୍ଜୋ ଆବେଙ୍କ ମୃତ୍ୟୁ: ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳିବ ଭାରତ
ସିଞ୍ଜୋ ଆବେଙ୍କ ମୃତ୍ୟୁ: ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳିବ ଭାରତ

By

Published : Jul 8, 2022, 4:01 PM IST

Updated : Jul 8, 2022, 6:35 PM IST

ନୂଆଦିଲ୍ଲୀ: ଆଜି ଏକ ସଭାରେ ଭାଷଣ ଦେଉଥିବା ବେଳେ ଗୁଳିମାଡରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦେହାନ୍ତ ହୋଇଛି । ତାଙ୍କର ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସିଞ୍ଜୋ ଆବେ ଭାରତ-ଜାପାନ ସମ୍ପର୍କ ମଜବୁତ କରିବା ଦିଗରେ ସର୍ବଦା ଚେଷ୍ଟିତ ଥିବା କହି ତାଙ୍କ ସହ ସାକ୍ଷାତକାର ସମୟର ଏକ ଫଟୋ ସେୟାର କରି କହିଛନ୍ତି ମୋଦି । ଏହାସହିତ ସିଞୋ ଆବେଙ୍କ ବିୟୋଗରେ ଆସନ୍ତାକାଲି (ଶନିବାର) ଭାରତରେ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ହେବ (one day national mourning for former Japanese PM) ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରକୁ ନିଜର ସମାବେଦନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଥିବା ସମୟରେ ସର୍ବଦା ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ କରିବାକୁ ଚାହୁଁଥିବା ଜଣେ ଘନିଷ୍ଠ ବନ୍ଧୁଙ୍କୁ ଆଜି ଭାରତ ହରାଇଛି ବୋଲି ଟ୍ବିଟ୍ କରିଛନ୍ତି ରାଜନାଥ ।

ପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସିଞ୍ଜୋ ଆବେଙ୍କ ବିୟୋଗରେ ଟ୍ବିଟ୍ କରି ଗଭୀର ଦୁଃଖପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ଓ ଦେଶକୁ ସମାବେଦନା ଜଣାଇଛନ୍ତି । ଏହାସହିତ ଭାରତ-ଜାପାନ ସମ୍ପର୍କ ମଜବୁତ କରିବାରେ ଆବେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଉଲ୍ଲେଖ କରିଛନ୍ତି ।

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଞ୍ଜୋ ଆବେଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ସେ ଭାରତର ଜଣେ ଘନିଷ୍ଠ ବନ୍ଧୁ ଥିଲେ ବୋଲି କହିଛନ୍ତି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁରେ ଟ୍ବିଟ୍ କରି ଦୁଃଖପ୍ରକାଶ କରିଛନ୍ତି ।

Last Updated : Jul 8, 2022, 6:35 PM IST

ABOUT THE AUTHOR

...view details