ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି (ଗୁରୁବାର) ଅନୁଷ୍ଠିତ ହେବାକୁ ଯାଉଛି ଭାରତ ଓ କେନ୍ଦ୍ର-ଏସୀୟ ରାଷ୍ଟ୍ର ସମୂହ ସମ୍ମିଳନୀ (India-Central Asia summit) । ଆୟୋଜିତ ହେବାକୁ ଥିବା ଶିଖର ସମ୍ମିଳନୀରେ ଭାରତ ସହ କେନ୍ଦ୍ର-ଏସିଆର ରାଷ୍ଟ୍ରଙ୍କ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କର ସୁଦୃଢୀକରଣ ଉପରେ ଗୁରୁତ୍ବାରୋପ କରାଯିବ ।
ଆଲୋଚନାରେ ସୁରକ୍ଷା ଓ ସାମରିକ ସହଯୋଗ ବ୍ୟତୀତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ମଧ୍ୟ ସ୍ଥାନ ପାଇବ । ବର୍ତ୍ତମାନ ଆଫଗାନିସ୍ତାନ ପ୍ରସଙ୍ଗ ସମଗ୍ର ବିଶ୍ବବାସୀଙ୍କ ଚିନ୍ତା ବଢାଇଥିବା ବେଳେ କେନ୍ଦ୍ର-ଏସୀୟ ରାଷ୍ଟ୍ରାମାନେ ଏହି ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ତେଣୁ ଭାରତ ଉକ୍ତ ରାଷ୍ଟ୍ରମାନଙ୍କ ସହ ଆଫଗାନିସ୍ତାନ ସମସ୍ୟା ଉପରେ ଆଲୋଚନା କରିବ । ସେହିପରି କେନ୍ଦ୍ର-ଏସୀୟ କ୍ଷେତ୍ରରେ ବାଣିଜ୍ୟ ଏବଂ ସଂଯୋଗୀକରଣ, ବିକାଶ ସହଭାଗୀତା ସମ୍ପର୍କରେ ମଧ୍ୟ ଆଲୋଚନା ହେବ । ଏହି ସମ୍ମିଳନୀରେ କେନ୍ଦ୍ର-ଏସୀୟ ଦେଶଗୁଡିକର ରାଷ୍ଟ୍ରମୁଖ୍ୟମାନେ ଯୋଗଦେବେ ।