ଓଡିଶା

odisha

ETV Bharat / bharat

ନିର୍ମାଣ ହେବ ବିଶ୍ବର ଦୀର୍ଘତମ ଏକ୍ସପ୍ରେସ-ୱେ: ପରିବହନ ମନ୍ତ୍ରୀ - କେନ୍ଦ୍ର ପରିବହନ ମନ୍ତ୍ରୀ

ବିଶ୍ବର ଦୀର୍ଘତମ ଏକ୍ସପ୍ରେସ-ୱେ ନିର୍ମାଣ ପାଇଁ ସରକାର ଯୋଜନା କରୁଥିବା ନେଇ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ସୂଚନା । ଆସନ୍ତା ୨୦୨୨ ସୁଦ୍ଧା ସରିବ ଏହି ପ୍ରକଳ୍ପ । ଅଧିକ ପଢନ୍ତୁ...

india-to-have-its-worlds-largest-expressway-by-march-2022-gadkari
ନିର୍ମାଣ ହେବ ବିଶ୍ବର ଦୀର୍ଘତମ ଏକ୍ସପ୍ରେସ-ୱେ: ପରିବହନ ମନ୍ତ୍ରୀ

By

Published : Sep 18, 2021, 8:31 AM IST

ଗାନ୍ଧୀନଗର: ଦେଶରେ ନିର୍ମାଣ ହେବ ବିଶ୍ବର ଦୀର୍ଘତମ ଏକ୍ସପ୍ରେସ-ୱେ, ଯାହାର ନାମ ରହିବ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ହାଇୱେ । ଏନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେିଛନ୍ତି ।

କେନ୍ଦ୍ର ସରକାର ବିଶ୍ବର ସର୍ବବୃହତ ଏକ୍ସପ୍ରେସ-ୱେ ନିର୍ମାଣ ପାଇଁ ଯୋଜନା କରୁଛନ୍ତି ବୋଲି ଗୁଜୁରାଟର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଗଡକରୀ କହିଛନ୍ତି । ସେ କହିଛନ୍ତି ଯେ, 'ଏହି ଏକ୍ସପ୍ରେସ-ୱେ ୧,୩୮୦ କିଲୋମିଟର ଦୂରତା ରହିବା ସହ ଜବହାରଲାଲ ନେହେରୁ ପୋର୍ଟ ଟ୍ରଷ୍ଟରୁ ବାହାରିବ । ମାତ୍ର ବର୍ତ୍ତମାନ ଆମେ ଏହାକୁ ନରିମାନ୍ ପଏଣ୍ଟରୁ ଆରମ୍ଭ କରିବାକୁ ଯୋଜନା କରୁଛୁ ।'

ଏହି ପ୍ରକଳ୍ପ କାର୍ଯ୍ୟ ୨୦୨୨ ସୁଦ୍ଧା ଶେଷ ଏବଂ ଦେଶ ବିଶ୍ବର ପ୍ରଥମ ସର୍ବବୃହତ ଏକ୍ସପ୍ରେସ-ୱେ ରେ ନାମିତ ହେବ ବୋଲି ସେ କହିଛନ୍ତି । ତେବେ ଏହି ଏକ୍ସପ୍ରେସ-ୱେ ନିର୍ମାଣ ହେବା ପରେ ଦିଲ୍ଲୀରୁ ମୁମ୍ବାଇ ପାଇଁ ୧୨ ରୁ ୧୩ ଘଣ୍ଟା ସମୟ ହ୍ରାସ ପାଇବ । କାରଣ ପୂର୍ବରୁ ଦିଲ୍ଲୀରୁ ମୁମ୍ବାଇ ଯିବା ପାଇଁ ଟ୍ରକରେ ୪୮ ଘଣ୍ଟା ସମୟ ଲାଗୁଥିବାବେଳେ କାରରେ ୨୪-୨୬ ଘଣ୍ଟା ଲାଗେ । ଏହି ଏକ୍ସପ୍ରେସ-ୱେ ନିର୍ମାଣ ହେଲେ ଟ୍ରକରେ ୧୮-୨୦ ଏବଂ କାରରେ ୧୨-୧୩ ଘଣ୍ଟା ସମୟ ଲାଗିବ ବୋଲି ଗଡକରୀ କହିଛନ୍ତି ।

ଏଥିସହ ଗଡକରୀ କହିଛନ୍ତି ଯେ, ଏହି ହାଇୱେ ରାଜସ୍ଥାନ, ଗୁଜୁରାଟ ଏବଂ ମଧ୍ୟପ୍ରଦେଶର ଆଦିବାସୀ ଅଞ୍ଚଳ ପର୍ଯ୍ୟନ୍ତ ସଂଯୋଗ କରିବ । ଯାହା ଫଳରେ ନିଯୁକ୍ତିର ସୁଯୋଗ ମିଳିବା ସହ ଅଞ୍ଚଳବାସୀଙ୍କ ଉନ୍ନତି ହୋଇପାରିବ । ଏଥିସହ ଦିଲ୍ଲୀ-ଫରିଦାବାଦ-ସୋହନା ସେକ୍ସନ ଦେଇ ଜେୱାର ବିମାନବନ୍ଦର ଏବଂ ଜବାହାରଲାଲ ନେହେରୁ ପୋର୍ଟ ପର୍ଯ୍ୟନ୍ତ ମଧ୍ୟ ସଂଯୋଗ ରହିବ ।

@ANI

ABOUT THE AUTHOR

...view details