ନୂଆଦିଲ୍ଲୀ: ଦେଶର ନାମ 'ଇଣ୍ଡିଆ' ପରିବର୍ତ୍ତେ କେବଳ 'ଭାରତ' ରଖିବାକୁ ଚର୍ଚ୍ଚା ହେଉଛି । G20 ସମ୍ମିଳନୀ ପୂର୍ବରୁ ରାଷ୍ଟ୍ରପତିଙ୍କ ପକ୍ଷରୁ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କୁ ପଠାଯାଇଥିବା ନୈଶ୍ୟଭୋଜି ନିମନ୍ତ୍ରଣ ପତ୍ରକୁ ନେଇ ଆରମ୍ଭ ହୋଇଛି ତର୍କ ବିତର୍କ । ନାମ ପରିବର୍ତ୍ତନ ନେଇ ଭିନ୍ନ ଭିନ୍ନ ବୟାନ ମଧ୍ୟ ସାମ୍ନାକୁ ଆସୁଛି । ତେବେ ଦେଶର ନାମ ପରିବର୍ତ୍ତନ କରିବାକୁ ହେଲେ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ, ଆସନ୍ତୁ ଜାଣିବା ।
ପୂର୍ବରୁ ଅନେକ ରାଜ୍ୟର ନାମ ପରିବର୍ତ୍ତନ ହୋଇଛି
ଦେଶର ନାମ ପରିବର୍ତ୍ତନ ପ୍ରସଙ୍ଗ ଉଠିବା ପ୍ରଥମ ଥର ନୁହେଁ । ପୂର୍ବରୁ ମଧ୍ୟ ଦେଶର ନାମ କେବଳ 'ଭାରତ' ରଖାଯିବା ନେଇ ବିବାଦ ଆରମ୍ଭ ହୋଇଥିଲା । ଖାଲି ଦେଶ ନୁହେଁ ସହର ହେଉ କି ରାଜ୍ୟ, ବିଭିନ୍ନ ସମୟରେ ନାମ ପରିବର୍ତ୍ତନ କରିବାର ଦାବି ଉଠିଥାଏ । ଉଦାହରଣ ସ୍ବରୁପ, ଉତ୍ତରାଞ୍ଚଳ ନାମ ପରିବର୍ତ୍ତେ ଉତ୍ତରାଖଣ୍ଡ, ଓରିଶା ପରିବର୍ତ୍ତେ ଓଡ଼ିଶା, ବମ୍ବେ ନାମ ପରିବର୍ତ୍ତନ ହୋଇ ମୁମ୍ବାଇ, କଲିକତା ପରିବର୍ତ୍ତେ କୋଲକାତା ଆଦି ରାଜ୍ୟ ନାମ ପରିବର୍ତ୍ତନ ହୋଇଥିବା ତଥ୍ୟ ରହିଛି । କିନ୍ତୁ ଏହି ନାମ ପରିବର୍ତ୍ତନ କରିବା ପାଇଁ ସରକାରଙ୍କୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ ଜାଣିଛନ୍ତି କି? କେବଳ ନାମ ପରିବର୍ତ୍ତନ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ଏଭଳି ପରିସ୍ଥିତିରେ ଯଦି ଦେଶର ନାମ ପରିବର୍ତ୍ତନ ହୋଇ କେବଳ 'ଭାରତ' ରଖାଯାଏ, ତେବେ ସରକାରଙ୍କୁ ଭାରି ମୂଲ୍ୟ ଦେବାକୁ ପଡ଼ିବ ।