ଓଡିଶା

odisha

ETV Bharat / bharat

ଆଜିଠୁ ବୁଷ୍ଟର ଡୋଜ ଟୀକାକରଣ, ପ୍ରଥମେ ନେବେ ସମ୍ମୁଖ ଯୋଦ୍ଧା ଓ ବରିଷ୍ଠ ନାଗରିକ - ଆଜିଠାରୁ ବୁଷ୍ଟର ଡୋଜ୍ ଟୀକାକରଣ

ଦେଶରେ ଓମିକ୍ରମ ଭୟାବହତା ଭିତରେ ଟୀକାରଣକୁ ଗୁରୁତ୍ବ ଦେଇଛନ୍ତି ସରକାର । 15 ରୁ 18 ବର୍ଷ ପିଲାଙ୍କୁ ଟୀକାକରଣ ପରେ ଆଜିଠୁ ଦେଶରେ ଆରମ୍ଭ ହେବ ବୁଷ୍ଟର ଡୋଜ ଟୀକାକରଣ (COVID-19 vaccine precaution dose)।

ଆଜିଠାରୁ ବୁଷ୍ଟର ଡୋଜ୍ ଟୀକାକରଣ ଆରମ୍ଭ
ଆଜିଠାରୁ ବୁଷ୍ଟର ଡୋଜ୍ ଟୀକାକରଣ ଆରମ୍ଭ

By

Published : Jan 10, 2022, 8:14 AM IST

ନୂଆଦିଲ୍ଲୀ: ଦେଶରେ ଓମିକ୍ରମ ଭୟାବହତା ଭିତରେ ଟୀକାରଣକୁ ଗୁରୁତ୍ବ ଦେଇଛନ୍ତି ସରକାର । 15 ରୁ 18 ବର୍ଷ ପିଲାଙ୍କୁ ଟୀକାକରଣ ପରେ ଆଜିଠୁ ଦେଶରେ ଆରମ୍ଭ ହେବ ବୁଷ୍ଟର ଡୋଜ ଟୀକାକରଣ (COVID-19 vaccine precaution dose)। ପ୍ରଥମେ ସମ୍ମୁଖ କୋଭିଡ ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କୁ ପ୍ରାଥମିକତା ଭିତ୍ତିରେ ଏହି ବୁଷ୍ଟର ଡୋଜ ଟିକା ଦିଆଯିବ । କୋ-ୱିନ୍ ଆପରେ ଅନଲାଇନ ପଞ୍ଜୀକରଣ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ।

ସମସ୍ତ HCWs, FLWs ଏବଂ 60 ବର୍ଷରୁ ଅଧିକ ବୟସ୍କ ବରିଷ୍ଠମାନେ କୋ-ୱିନ୍ ଆକାଉଣ୍ଟ ମାଧ୍ୟମରେ ବୁଷ୍ଟର ଡୋଜ ପାଇଁ ପଞ୍ଜିକରଣ କରିଛନ୍ତି । ଯେଉଁମାନେ ଅନଲାଇନରେ ପଞ୍ଜିକରଣ କରିନଥିବେ ସେମାନେ ସିଧାସଳଖ ଟିକା କେନ୍ଦ୍ରକୁ ଯାଇ ଟିକା ନେଇପାରିବେ । ଡିସେମ୍ବର 25 ରେ ଦେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ ଯେ ସ୍ବାସ୍ଥ୍ୟକର୍ମୀ, ଆଗଧାଡିର କର୍ମଚାରୀ ଏବଂ 60 ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ଜାନୁଆରୀ ୧୦ରୁ ବୁଷ୍ଟର ଡୋଜ ଟିକା ପ୍ରଦାନ କରାଯିବ । ଘୋଷଣା ଅନୁଯାୟୀ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

ଦ୍ବିତୀୟ ଡୋଜ ନେବାର ୯ ମାସ ବା ୩୯ ସପ୍ତାହ ପରେ ତୃତୀୟ ଡୋଜ ନେଇହେବ । ଯେଉଁମାନେ ପ୍ରଥମ ଓ ଦ୍ବିତୀୟ ଡୋଜ ଭାବେ କୋଭାକ୍ସିନ ନେଇଥିଲେ ତୃତୀୟ ଡୋଜ ଭାବେ ସେହି କୋଭାକ୍ସିନ ହିଁ ନେବେ ଏବଂ ଯେଉଁମାନେ କୋଭିସିଲ୍ଡ ନେଇଥିବେ ସେମାନେ କୋଭିସିଲ୍ଡ ନେବେ । ସମସ୍ତ ବରିଷ୍ଠ ନାଗରିକ ନୁହନ୍ତି ଏକାଧିକ ଜଟିଳ ରୋଗ ଥିବା ୬୦ରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ହିଁ ଏଥିପାଇଁ ଯୋଗ୍ୟ ବିବେଚିତ ହେବେ ।

ପ୍ରକାଶ ଥାଉ କି, ଗତ ୨୪ ଘଣ୍ଟା ଭିତରେ 89 ଲକ୍ଷରୁ ଅଧିକ ଡୋଜ ଟୀକାକରଣ ହେବା ସହିତ ଆଜି ସକାଳ 7 ଟା ପର୍ଯ୍ୟନ୍ତ ଅସ୍ଥାୟୀ ରିପୋର୍ଟ ଅନୁଯାୟୀ 151.57 କୋଟି (1,51,57,60,645) ଅତିକ୍ରମ କରିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

@ANI

ABOUT THE AUTHOR

...view details