ନୂଆଦିଲ୍ଲୀ:ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଏୟାର ଟୁ ଏୟାର ମିସାଇଲ ‘ଅସ୍ତ୍ର’ ସଫଳ ପରୀକ୍ଷଣ କରାଯାଇଛି । ଓଡିଶା ଉପକୂଳରୁ ଲଢୁଆ ବିମାନ ସୁଖୋଇ-30 ଏମକେଆଇରୁ ଏହାକୁ ଲଞ୍ଚ କରାଯାଇଥିଲା । ସଫଳତାର ସହ ଏହା ଲକ୍ଷ୍ୟକ୍ଷେଦ କରିଥିବା ସୂଚନା ମିଳିଛି । ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହା ଶହେ କଲୋମିଟର ପର୍ଯ୍ୟନ୍ତ ଟାର୍ଗେଟକୁ ଭେଦ କରି ନଷ୍ଟ କରିପାରିବାର କ୍ଷମତା ରଖିଛି । ଆଜି ପରୀକ୍ଷଣ ହୋଇଥିବା ଭର୍ସନ ଏକ ଏୟାର ଭର୍ସନ ଓ ଏହାକୁ ବାୟୁସେନାର ଲଢୁଆ ବିମାନରୁ ବ୍ୟବହାର କାରଯାଇ ପାରିବ ।
ଏବେ ଭାରତୀୟ ବାୟୁସେନାର ସ୍ବଦେସୀ ହାଲୁକା ଲଢୁଆ ବିମାନ ତେଜସ, ସୁଖୋଇ 30 ଓ ମିଗ-29ର ଅପଗ୍ରେଡେଡ ଭର୍ସନରୁ ଏହାକୁ ଲଞ୍ଚ କରାଯାଇପାରିବ । ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (DRDO) ଏହାକୁ ନିର୍ମାଣ କରିଛି । ଏହା ଆକଶରୁ ଆକାଶ ଓ ସ୍ଥଳପଥକୁ ଚାର୍ଗେଟ କରିପାରିବ । 100 କିମି ମଧ୍ୟରେ ଥିବା ଟାର୍ଗେଟକୁ ନିର୍ଭୁଲ ଟାର୍ଗେଟ କରି ନଷ୍ଟ କରିବାର କ୍ଷମତା ଏହି ମିସାଇଲ ପ୍ରଣାଳୀରେ ରହିଛି । ଓଡିଶା ଉପକୂଳରେ ଥିବା ବାଲେଶ୍ବର ଓ ଧାମରା ନିକଟବର୍ତ୍ତୀ ଡ.ଏପିଜେ ଅବଦ୍ଦୁଲ କଲାମ ଦ୍ବୀପରୁ କ୍ରମାଗତ କ୍ଷେପଣାସ୍ତ୍ର ପରୀକ୍ଷା ଜାରି ରଖିଛି ଡିଆରଡିଓ । ଗୋଟିଏ ପରେ ଗୋଟିଏ ସଫଳତା ମଧ୍ୟ ହାସଲ କରିବାରେ ଲାଗିଛି ।