ଓଡିଶା

odisha

By

Published : Jan 1, 2022, 4:02 PM IST

ETV Bharat / bharat

ଆଫଗାନିସ୍ତାନକୁ ଦ୍ବିତୀୟ ପର୍ଯ୍ୟାୟ ସହାୟତା ପଠାଇଲା ଭାରତ

ଆଫଗାନିସ୍ତାନକୁ ଦ୍ବିତୀୟ ପର୍ଯ୍ୟାୟ ମାନବୀୟ ସହାୟତା ପଠାଇଲା ଭାରତ । ଚିକିତ୍ସା ସହାୟତା ସାମଗ୍ରୀ ଉପରେ ଗୁରୁତ୍ବ । ପ୍ୟାକେଜରେ ରହିଛି ୧ କୋଟି ଟିକା ଡୋଜ । କାବୁଲସ୍ଥିତ ଇନ୍ଦିରା ଗାନ୍ଧୀ ହସ୍ପିଟାଲକୁ ହେବ ହସ୍ତାନ୍ତର । ଅଧିକ ପଢନ୍ତୁ

ଆଫଗାନିସ୍ତାନକୁ ଦ୍ବିତୀୟ ପର୍ଯ୍ୟାୟ ସହାୟତା ପଠାଇଲା ଭାରତ
ଆଫଗାନିସ୍ତାନକୁ ଦ୍ବିତୀୟ ପର୍ଯ୍ୟାୟ ସହାୟତା ପଠାଇଲା ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ଦ୍ବିତୀୟ ପର୍ଯ୍ୟାୟ ମାନବୀୟ ସହାୟତା ପଠାଇଛି ଭାରତ । ଏହି ସହାୟତା ସାମଗ୍ରୀ ମଧ୍ୟରେ ମୁଖ୍ୟତଃ ୫ ଲକ୍ଷ କୋଭିଡ ଟିକାର ଡୋଜ ଓ ଅନ୍ୟାନ୍ୟ ଚିକିତ୍ସା ସହାୟତା ସାମଗ୍ରୀ ମଧ୍ୟ ରହିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି । ପୂର୍ବର ଭାରତ ତାର ପ୍ରଥମ ସହାୟତା ପ୍ୟାକେଜ ପଠାଇ ସାରିଥିବାବେଳେ ଏହା ହେଉଛି ଦ୍ବିତୀୟ କିସ୍ତି ।

ଆଫଗାନିସ୍ତାନକୁ ଦ୍ବିତୀୟ ପର୍ଯ୍ୟାୟ ସହାୟତା ପଠାଇଲା ଭାରତ

ଏହି ସହାୟତା ସାମଗ୍ରୀ କାବୁଲରେ ଥିବା ଇନ୍ଦିରା ଗାନ୍ଧୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବା ପରେ ସେଠାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ବ୍ୟବହାର କରାଯାଇପାରିବ । ଗୃହ ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରେ ଉତ୍କଟ ମାନବିକ ସଙ୍କଟ ଲାଗି ରହିଥିବାବେଳେ ଭାରତ ଏକ ମିଲିୟନ କୋଭିଡ ଟିକା, ଅନ୍ୟାନ୍ୟ ଚିକିତ୍ସା ସହାୟତା ସାମଗ୍ରୀ ସହ ଫୁଡଗ୍ରେନ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲା ।

ଗତମାସ ପ୍ରାରମ୍ଭରେ ଆଫଗାନିସ୍ତାନକୁ ୧.୬ ଟନର ଚିକିତ୍ସା ସହାୟତା ସାମଗ୍ରୀ ପ୍ରେରଣ କରିଥିଲା ଭାରତ । ଏହି ମେଡିକାଲ ସାମଗ୍ରୀ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଜରିଆରେ ଆଫଗାନିସ୍ତାନକୁ ପ୍ରଦାନ କରାଯାଇଥିଲା । ସେହିପରି ଆଗାମୀ ସପ୍ତାହରେ ମଧ୍ୟ ଭାରତ ପକ୍ଷରୁ ଏହି ସହଯୋଗ ପ୍ରକ୍ରିୟା ଜାରି ରହିବ । ଅବଶିଷ୍ଟ ଚିକିତ୍ସା ସହାୟତା ସାମଗ୍ରୀ ସହ ଗହମ ପଠାଯିବ । ଭାରତ ସରକାର ଜାତିସଂଘ ଏଜେନ୍ସି ଗୁଡିକ ସହ ନିରନ୍ତର ଯୋଗାଯୋଗରେ ରହିଛି ଓ ଜାତିସଂଘ ମାଧ୍ୟମରେ ଏହି ସହାୟତା ପ୍ରକ୍ରିୟା ଜାରି ରହିବା ନେଇ ବୈଦେଶିକ ମନ୍ତ୍ରଣାଳୟ କହିଛି ।

ଗତବର୍ଷ ଅଗଷ୍ଟ ୧୫ ତାରିଖରେ ଆଫଗାନିସ୍ତାନରେ ଭୟଙ୍କର ହିଂସା ପରେ ତାଲିବାନ ଦେଶର ଶାସନ କ୍ଷମତା ହାତେଇବାରେ ସଫଳ ହୋଇଥିଲା । ତେବେ ତାଲିବାନ ଶାସନାଧୀନ ଆଫଗାନିସ୍ତାନରେ ହିଂସା, ଆର୍ଥିକ ତଥା ମାନବିକ ସଙ୍କଟ ଉତ୍କଟ ରୂପ ନେବାରେ ଲାଗିଛି । ତେଣୁ ଆଫଗାନିସ୍ତାନ ପାଇଁ ଜରୁରୀ ସହାୟତା ଯୋଗାଣ ଦିଗରେ ଗୁରୁତ୍ବ ଦେଇଥିଲା ଜାତିସଂଘ । ପରେ ଏକାଧିକ ଦେଶ ମଧ୍ୟ ସହଯୋଗର ହାତ ବଢାଇଥିଲେ । ଏହି କ୍ରମରେ ଭାରତ ମଧ୍ୟ ସାମିଲ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details