ଭୁବନେଶ୍ବର: ବାଲେଶ୍ବର ଉପକୂଳରୁ ସଫଳତା ସହ ପରୀକ୍ଷଣ ହୋଇଛି ଦୂରଗାମୀ SMART long-range Supersonic Missile Assisted Torpedo (SMART) ମିସାଇଲ । ଏହି ପରୀକ୍ଷଣକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (DRDO) ପକ୍ଷରୁ ସଫଳତାର ସହ ଶେଷ କରାଯାଇଥିବା ସୂଚନା ମିଳିଛି । ଏହାର ସଫଳ ପରୀକ୍ଷଣ ପରେ ଏହାକୁ ଭାରତୀୟ ନୌସେନାରେ ସାମିଲ କରାଯିବ ।
ହାଇଦ୍ରାବାଦ ସ୍ଥିତ RCI ଓ DRDL, ଆଗ୍ରାର ADRDE, ବିଶାଖାପାଟନମ ସ୍ଥିତ NSTL ପରି DRDOର ଏକାଧିକ ଲାବରୋଟାରୀରେ ଏହାର ଗବେଷଣା ଜାରି ରହିଥିବା ସହ ଯନ୍ତ୍ରାଂଶ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ପରେ ଏହାକୁ ବାଲେଶ୍ବର ଉପକୂଳରୁ ଚୂଡାନ୍ତ ପର୍ଯ୍ୟାୟ ପରୀକ୍ଷଣ କରାଯାଇଛି ।