ନୂଆଦିଲ୍ଲୀ: କ୍ଷେପଣାସ୍ତ୍ର ‘ଅଗ୍ନୀ’ର ନୂତନ ଜେନେରେସନ‘ ଅଗ୍ନି ପ୍ରାଇମ’ କ୍ଷେପଣାସ୍ତ୍ର (Agni Prime Missile) ସଫଳ ବ୍ୟବହାରିକ ପରୀକ୍ଷଣ ହୋଇଛି । ଆଜି(ଶନିବାର) ଭଦ୍ରକ ଧାମରା ସ୍ଥିତ ଅବଦୁଲ କାଲାମ ଦ୍ବୀପରୁ ଏହି ପରୀକ୍ଷଣ ସଫଳତାର ସହ ଶେଷ ହୋଇଥିବା ଟ୍ବିଟ କରି ସୂଚନା ଦେଇଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (DRDO) ।
ଅଗ୍ନି-ପି(Agni Prime) ହେଉଛି ଦ୍ୱି-ପର୍ଯ୍ୟାୟ କ୍ୟାନିଷ୍ଟାଇଜଡ୍ କଠିନ ପ୍ରୋପେଲାଣ୍ଟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର । ଏହି ନୂତନ ଭର୍ସନରେ ନାଭିଗେସନ୍ ଏବଂ ଗାଇଡ୍ ସିଷ୍ଟମକୁ ମଧ୍ୟ ବିକଶିତ କରାଯାଇଛି ।