ଓଡିଶା

odisha

ETV Bharat / bharat

Brahmos Test Fired From Sukhoi: ସୁଖୋଇରୁ ବ୍ରହ୍ମୋସ ଦୂରଗାମୀ ଭର୍ସନର ସଫଳ ପରୀକ୍ଷଣ

ସୁଖୋଇରୁ ବ୍ରହ୍ମୋସ ଅପଗ୍ରେଡେଡ ଭର୍ସନରର ସଫଳ ପରୀକ୍ଷଣ । ବାୟୁସେନା ଦେଲା ସୂଚନା । ଅଧିକ ପଢନ୍ତୁ

By

Published : May 12, 2022, 7:05 PM IST

Updated : May 12, 2022, 7:19 PM IST

ସୁଖୋଇରୁ ବ୍ରହ୍ନୋସର ସଫଳ ପରୀକ୍ଷଣ
ସୁଖୋଇରୁ ବ୍ରହ୍ନୋସର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ:ଭାରତୀୟ ବାୟୁସେନାର ଲଢୁଆ ବିମାନ ସୁଖୋଇ-30ରୁ ସୁପରସୋନିକ୍ କ୍ଷେପଣାସ୍ତ୍ର ବ୍ରହ୍ମୋସର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି । ଆଜି (ଗୁରୁବାର) ବଙ୍ଗୋପ ସାଗରୀୟ କ୍ଷେତ୍ର (Bay of Bengal region)ରେ ବ୍ରହ୍ମୋସର ବର୍ଦ୍ଧିତ ତଥା ଅପଗ୍ରେଡେଡ ଏୟାର ଲଞ୍ଚ ଭର୍ସନ (Extended Range Version)ର ପରୀକ୍ଷଣ କରାଯାଇଥିଲା । ଏହା ଅଧିକ ଦୂରଗାମୀ ଲକ୍ଷ୍ୟଭେଦ କରିପାରିବ ।

ମିସାଇଲକୁ ଲଢୁଆ ସୁଖୋଇ ବିମାନରୁ ଉତକ୍ଷେପଣ କରାଯାଇଥିବା ବେଳେ ଟାର୍ଗେଟକୁ ସମ୍ପୂର୍ଣ୍ଣ ସଠିକତାର ସହ ଲକ୍ଷ୍ୟକ୍ଷେଦ କରିବା ସହ ପରୀକ୍ଷଣ ସଫଳ ହୋଇଥିବା ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି । ତେବେ ଆଜିର ଏହି ପରୀକ୍ଷଣ ପ୍ରଥମ ନୁହେଁ । ଏହାର ପରୀକ୍ଷଣ ପୂର୍ବରୁ ସଫଳ ହୋଇସାରିଥିବା ବେଳେ ଏକାଧିକ ବିକଶିତ ଭର୍ସନରେ ସିରିଜ ବ୍ୟବହାରିକ ପରୀକ୍ଷଣ ଜାରି ରଖିଛି ଭାରତୀୟ ବାୟୁସେନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 12, 2022, 7:19 PM IST

ABOUT THE AUTHOR

...view details