ଓଡିଶା

odisha

ଓଡିଶା ଉପକୂଳରୁ ବାଲିଷ୍ଟିକ ମିସାଇଲ ଇଣ୍ଟରସେପ୍ଟରର ସଫଳ ଫ୍ଲାଇଟ ଟେଷ୍ଟ

By

Published : Nov 2, 2022, 6:40 PM IST

Updated : Nov 2, 2022, 8:36 PM IST

ବାଲିଷ୍ଟିକ ମିସାଇଲ ଇଣ୍ଟରସେପ୍ଟରର ସଫଳ ଫ୍ଲାଇଟ ଟେଷ୍ଟ । ଓଡିଶା ଉପକୂଳରୁ ସଫଳତାର ସହ ପରୀକ୍ଷଣ ହେଲା ବାଲିଷ୍ଟିକ ମିସାଇଲ ଇଣ୍ଟରସେପ୍ଟରର ଫେଜ-02 । ଭିଡିଓ ଜାରି କରି ସୂଚନା ଦେଲା DRDO । ଅଧିକ ପଢନ୍ତୁ

ଓଡିଶା ଉପକୂଳରୁ ବାଲିଷ୍ଟିକ ମିସାଇଲ ଇଣ୍ଟରସେପ୍ଟରର ସଫଳ ଫ୍ଲାଇଟ ଟେଷ୍ଟ
ଓଡିଶା ଉପକୂଳରୁ ବାଲିଷ୍ଟିକ ମିସାଇଲ ଇଣ୍ଟରସେପ୍ଟରର ସଫଳ ଫ୍ଲାଇଟ ଟେଷ୍ଟ

ନୂଆଦିଲ୍ଲୀ: ବାଲିଷ୍ଟିକ ମିସାଇଲ ଇଣ୍ଟରସେଫ୍ଟରର ସଫଳ ଫ୍ଲାଇଟ ଟେଷ୍ଟ । ଫେଜ-2 ବାଲିଷ୍ଟିକ ମିସାଇଲ ଡିଫେନ୍ସ ଇଣ୍ଟରସେଫ୍ଟର ସଫଳ ପରୀକ୍ଷଣ ଶେଷ ହୋଇଛି (Flight Test of Phase-II Ballistic Missile Defence (BMD)। ଆଜି (ବୁଧବାର) ଓଡିଶା ଉପକୂଳର ଡ. ଏ.ପି.ଜେ ଅବଦୁଲ କଲାମ ଦ୍ବୀପ (APJ Abdul Kalam Island) ରୁ ଏହି ପରୀକ୍ଷଣ ସଫଳତାର ସହ ଶେଷ କରାଯାଇଛି । ବାଲିଷ୍ଟିକ ମିସାଇଲ ଡିଫେନ୍ସ ସିଷ୍ଟମ (BMD)ର ସମସ୍ତ ଉଇପନ୍ସ ସିଣ୍ଟମ ସହ ଏହି ଇଣ୍ଟରସେଫ୍ଟର ପରୀକ୍ଷଣ କରାଯାଇଥିବା ସୂଚନା ମିଳିଛି । ଏହି ପରୀକ୍ଷଣ ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (DRDO) ଦ୍ବାରା କରାଯାଇଛି । ପରୀକ୍ଷଣ ସମୟରେ ସଂସ୍ଥାର ବୈଜ୍ଞାନିକ ଓ ଅଧିକାରୀ ଲଞ୍ଚପ୍ୟାଡରେ ଉପସ୍ଥିତ ଥିଲେ ।

ଓଡିଶା ଉପକୂଳରୁ ବାଲିଷ୍ଟିକ ମିସାଇଲ ଇଣ୍ଟରସେପ୍ଟରର ସଫଳ ଫ୍ଲାଇଟ ଟେଷ୍ଟ

AD-1 (interceptor AD-1 missile) ହେଉଛି ଏକ ଦୂରଗାମୀ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ଯାହା ଉଭୟ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଏୟାରକ୍ରାଫ୍ଟକୁ ପ୍ରତିରୋଧ କରିବା ସହ ଟାର୍ଗେଟ କରି ଧ୍ବଂସ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହା ସ୍ୱଦେଶୀ ବିକଶିତ ଉନ୍ନତ ନିୟନ୍ତ୍ରଣ ପ୍ରଣାଳୀ, ନାଭିଗେସନ୍ ସିଷ୍ଟମ ସହ ମଧ୍ୟ ବିକଶିତ ହୋଇଛି । ନିକଟ ଅତୀତରେ ଏହାର ଏକାଧିକ ଭର୍ସନର ସଫଳ ପରୀକ୍ଷଣ ମଧ୍ୟ ଡିଆରଡିଓ ଦ୍ବାରା କରାଯାଇ ସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 2, 2022, 8:36 PM IST

ABOUT THE AUTHOR

...view details