ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (POK)ରେ ନିକଟରେ ପାକିସ୍ତାନ କରିଥିବା ନିର୍ବାଚନକୁ ନେଇ ଭାରତର କଡା ପ୍ରତିକ୍ରିୟା । ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା କଲା ଭାରତ । ନିର୍ବାଚନକୁ ନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ଅବୈଧ କବଜାକୁ ଲୁଚାଇବାକୁ ଯାଇ ପାକିସ୍ତାନ ନିର୍ବାଚନ କରିଛି । ଏହା ଗ୍ରହଣୀୟ ନୁହେଁ । ତୁରନ୍ତ ବେଆଇନ ଦଖଲ ମୁକ୍ତ କରିବାକୁ ପାକିସ୍ତାନକୁ କହିଛି ଭାରତ ।
ଗତକାଲି(ଗୁରୁବାର) ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଚୀନ-ପାକର ଯୁଗ୍ମ ପ୍ରେସ ରିଲିଜକୁ ବିରୋଧ କରିଛଛନ୍ତି । ଉଭୟ ଦେଶକୁ ଶକ୍ତ ବାର୍ତ୍ତା ଦେଇ ଅରିନ୍ଦମ କହିଛନ୍ତି କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ଓ ଲଦାଖ ଭାରତର ଅଭିନ୍ନ ଅଙ୍ଗ ରହିଛି ରହିବ, କୌଣସି ଶକ୍ତି ଏହାକୁ ଭାରତରୁ ଅଲଗା କରି ପାରିବ ନାହିଁ । ସେହିପରି ପାକ ଅଧିକୃତ କାଶ୍ମୀର(POK)ରେ କରିଥିବା ନିର୍ବାଚନକୁ ନେଇ କଡା ପ୍ରତିକ୍ରିୟା ଦେଇ କହିଛନ୍ତି ଅରିନ୍ଦମ । କୌଣସି ଭାରତୀୟ ଭୂଖଣ୍ଡରେ ବାହ୍ୟ ଶତ୍ରୁର କବଜା ଓ ନିର୍ବାଚନ ଗ୍ରହଣୀୟ ନୁହେଁ । ତୁରନ୍ତ ପାକିସ୍ତାନ ଏହାକୁ ଖାଲି କରୁ । ଅବୈଧ ନିର୍ବାଚନ କରି ପାକିସ୍ତାନ ନିଜର ଉଦ୍ୟମରେ ସଫଳ ହୋଇପାରିବ ନାହିଁ ।
POK ରେ ହୋଇଛି ନିର୍ବାଚନ...
ମିଡିଆ ରିପୋର୍ଟ ଅନୁସାରେ ନିକଟରେ ପାକିସ୍ତାନ POKରେ ବିଧାନସଭା ନିର୍ବାଚନ କରାଇଛି । ଆଉ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପାର୍ଟି ପାକିସ୍ତାନ-ତହରିକ-ଏ-ଇନସାପ (PTI)କୁ ସଫଳତା ମିଳିଛି । ପାକିସ୍ତାନର ଏହି ନିର୍ବାଚନକୁ ନେଇ ଭାରତ କଡା ଆପତ୍ତି କରିବା ସହ ପିଓକେ ଖାଲି କରିବାକୁ ପରାମର୍ଶ ଦେଇଛି ।