ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ଭାରତୀୟ ଜନତାପାର୍ଟି ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ମେଗା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ୭୧ ବର୍ଷରେ ପାଦ ଦେଇଛନ୍ତି ମୋଦି । ଏପଟେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ଦେଶରେ ରେକର୍ଡ ଭାଙ୍ଗିଛି ଟୀକାକରଣ ।
ମୋଦିଙ୍କ ଜନ୍ମଦିନରେ ମେଗା କାର୍ଯ୍ୟକ୍ରମ, ୨ କୋଟି ଟପିଲା ଟୀକାକରଣ ଦେଶରେ ଚତୁର୍ଥ ଥର ୧ କୋଟି ପାର୍ ହୋଇଛି ଟୀକାକରଣ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ଜାରି ରହିଛି ମେଗା ଟୀକାକରଣ ଅଭିଯାନ । ଦେଶରେ ୨ କୋଟି ଟପିସାରିଛି ଟୀକାକରଣ । ଶୁକ୍ରବାର ୧ ଲକ୍ଷରୁ ଅଧିକ ସ୍ଥାନରେ ଜାରି ରହିଛି ଟୀକାକରଣ କାର୍ଯ୍ୟକ୍ରମ । ଶୁକ୍ରବାର ଗୋଟିଏ ମାତ୍ର ୭ ଘଣ୍ଟାରେ ଦେଢ କୋଟି ଡୋଜ ଦିଆଯାଇଛି । ବର୍ତ୍ତମାନ ୨ କୋଟି ପାର କରିଛି ଟୀକାକରଣ ।
ଏହାପୂର୍ବରୁ 27 ଅଗଷ୍ଟରେ 1.03 କୋଟି ଡୋଜ ଦିଆଯାଇଥିଲା । ସେହିପରି 31 ଅଗଷ୍ଟରେ 1.33 କୋଟି ଓ 6 ସେପ୍ଟେମ୍ବରରେ 1.13 କୋଟି ହୋଇଥିଲା ଟୀକାକରଣ । ତେବେ ଶୁକ୍ରବାର ଚତୁର୍ଥ ଥର ପାଇଁ ଏହି ସଂଖ୍ୟା ସମସ୍ତ ରେକର୍ଡ ଭାଙ୍ଗି ୨ କୋଟିରେ ପହଁଞ୍ଚିବାକୁ ଯାଉଛି । ଏହା ପ୍ରଥମ ଥର ପାଇଁ ଦେଶରେ କରୋନା ଟୀକାକରଣ ସଂଖ୍ୟା ଦୁଇ କୋଟି ଅତିକ୍ରମ କରିଛି । ସମାନ ଦିନରେ ଚତୁର୍ଥ ଥର ପାଇଁ ଟୀକାକରଣ ସଂଖ୍ୟା ଏକ କୋଟି ଅତିକ୍ରମ କରିଛି । ଦେଶରେ ଟୀକାକରଣର ଗତି କ୍ରମାଗତ ଭାବେ ବୃଦ୍ଧି ପାଉଛି ।
ପୂର୍ବରୁ ବିଜେପି କର୍ମୀମାନେ ମୋଦିଙ୍କ ଜନ୍ମଦିନ ଅବସରରେ 'ସେବା ଶପଥ' ନାମକ ଏକ କାର୍ଯ୍ୟକ୍ରମ କରୁଥିଲେ, ଯାହା ଗୋଟିଏ ସପ୍ତାହ ଧରି ଚାଲୁ ରହୁଥିଲା । ହେଲେ ଚଳିତ ବର୍ଷ ମୋଦିଙ୍କ ରାଜନୀତିରେ 20 ବର୍ଷ ପୂର୍ତ୍ତି ହେଉଥିବାରୁ 'ସେବା ଓ ସମର୍ପଣ ଅଭିଯାନ' କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଦେଶବ୍ୟାପୀ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୭ ଯାଏଁ ଚାଲୁ ରହିବ । ଏଥିରେ ସମସ୍ତ ରାଜ୍ୟ, ଜିଲ୍ଲା, ମଣ୍ଡଳ ଏବଂ ବୁଥ ଭାଗ ନେବା ସହ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଭାଗିଦାରୀ ରହିବ । ଏହାସହିତ କେଉଁଭଳି ଭାବରେ ଦଳିତ, ଗରିବ, ବଞ୍ଚିତ, କୃଷକ, ମହିଳା, ଦିବ୍ୟାଙ୍ଗଙ୍କ ପାଇଁ ଲମ୍ବା ସମୟ ଧରି ପ୍ରଧାନମନ୍ତ୍ରୀ ସେବା, ସମର୍ପଣ ଭାବରେ କାର୍ଯ୍ୟ କରିଆସିଛନ୍ତି ଏହାକୁ ନେଇ ପ୍ରଦର୍ଶନୀ ଆୟୋଜିତ ହେବ ।