ଓଡିଶା

odisha

ETV Bharat / bharat

ଆଫଗାନିସ୍ତାନକୁ 3 ହଜାର ମେଟ୍ରିକ ଟନ ଗହମ ପଠାଇଲା ଭାରତ - ଆଫଗାନିସ୍ତାନକୁ ସହାୟତା ପଠାଇଲା ଭାରତ

ଆଫଗାନିସ୍ତାନକୁ ଗଲା 3 ହଜାର ମେଟ୍ରିକ ଟନ ଗହମ । ବର୍ତ୍ତମାନ ସୁଦ୍ଧା ଭାରତ ପଠାଇସାରିଲାଣି 33 ହଜାର 5 ଶହ ମେଟ୍ରିକ ଟନର ଗହମ । ଗହମ ଯୋଗାଣ ନେଇ ଓ୍ବାର୍ଲ୍ଡ ଫୁଡ ପ୍ରୋଗ୍ରାମ ସହ ଚୁକ୍ତିନାମା ସ୍ବାକ୍ଷରିତ କରିଥିଲା ଭାରତ । ଅଧିକ ପଢନ୍ତୁ

ଆଫଗାନିସ୍ତାନକୁ 3 ହଜାର ମେଟ୍ରିକ ଟନ ଗହମ ପଠାଇଲା ଭାରତ
ଆଫଗାନିସ୍ତାନକୁ 3 ହଜାର ମେଟ୍ରିକ ଟନ ଗହମ ପଠାଇଲା ଭାରତ

By

Published : Jun 25, 2022, 8:36 PM IST

ନୂଆଦିଲ୍ଲୀ:ଆଫଗାନିସ୍ତାନକୁ ଗହମ ପଠାଇଲା ଭାରତ । ଆଜି (ଶନିବାର) ଭାରତ ପକ୍ଷରୁ ଏକାଧିକ ଟ୍ରକରେ 3 ହଜାର ମେଟ୍ରିକ ଟନ ଗହମ ପଠାଯାଇଛି । ଆଜିର ଗହମ ପରିମାଣକୁ ମିଶାଇ ମୋଟ 33 ହଜାର 5 ଶହ ମେଟ୍ରିକ ଟନ ସିପମେଟ ଆଫଗାନିସ୍ତାନକୁ ପଠାଯାଇଛି । ଗତ କିଛି ଦିନ ତଳେ 2 ହଜାର ମେଟ୍ରିକ ଟନର ଗହମ ପଠାଇଥିଲା । ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ଓ୍ବାଘା-ଅଟ୍ଟାରୀ ପୋଷ୍ଟ ଦେଇ ଏହି ଗହମ ଆଫଗାନିସ୍ତାନ ଅଭିମୁଖେ ପଠାଯାଇଛି ।

ଫେବୃଆରୀ 12 ତାରିଖରେ, ଆଫଗାନିସ୍ତାନକୁ ଗହମ ଯୋଗାଣ ନେଇ ଓ୍ବାର୍ଲ ଫୁଡ ପ୍ରୋଗ୍ରାମ ସହ ଭାରତ ସରକାର ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । କେବଳ ଗହମ ନୁହେଁ ବରଂ ଆଫଗାନିସ୍ତାନକୁ ଭାରତ 5,00,000 ଡୋଜ କୋଭାକ୍ସିନ ଟିକା ଏବଂ 13 ଟନ ଜରୁରୀ ଔଷଧ ଓ ଚିକିତ୍ସା ସାମଗ୍ରୀ ମଧ୍ୟ ଯୋଗାଇ ସାରିଛି । ଗୃହଯୁଦ୍ଧ ଓ ତାଲିବାନ ଶାସନ ପରେ ଜାରି ରହିଥିବା ମାନବୀୟ ସଙ୍କଟ ମଧ୍ୟରେ ଆଫଗାନିସ୍ତାନକୁ ଭାରତ ନିୟମିତ ସହାୟତା ଯୋଗାଇ ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details