ଓଡିଶା

odisha

ETV Bharat / bharat

ମାନବିକତା ଦେଖାଇଲା ଭାରତ, ପାଲେଷ୍ଟାଇନର ଯୁଦ୍ଧ ପ୍ରପୀଡିତଙ୍କ ନିକଟକୁ ପଠାଇଲା ରିଲିଫ୍‌ ସାମଗ୍ରୀ - ଇସ୍ରାଇଲ ଗାଜା ବିବାଦ

ଇସ୍ରାଇଲ ଓ ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ମାନବିକ ସହାୟତା ପଠାଇଲା ଭାରତ । ପାଲେଷ୍ଟାଇନର ଯୁଦ୍ଧ ପ୍ରପୀଡିତ ନିରୀହ ନାଗରିକଙ୍କ ପାଇଁ ଭାରତରୁ ଗଲା ପ୍ରଥମ ମାନବିକ ସହାୟତା ସହ ରିିଲିଫ୍‌ ସାମଗ୍ରୀ । ଅଧିକ ପଢନ୍ତୁ

ପାଲେଷ୍ଟାଇନର ଯୁଦ୍ଧ ପ୍ରପୀଡିତଙ୍କ ନିକଟକୁ ପଠାଇଲା ମାନବୀୟ ସହାୟତା
ପାଲେଷ୍ଟାଇନର ଯୁଦ୍ଧ ପ୍ରପୀଡିତଙ୍କ ନିକଟକୁ ପଠାଇଲା ମାନବୀୟ ସହାୟତା

By ETV Bharat Odisha Team

Published : Oct 22, 2023, 2:08 PM IST

Updated : Oct 22, 2023, 4:23 PM IST

ପାଲେଷ୍ଟାଇନର ଯୁଦ୍ଧ ପ୍ରପୀଡିତଙ୍କ ନିକଟକୁ ପଠାଇଲା ମାନବୀୟ ସହାୟତା

ନୂଆଦିଲ୍ଲୀ:ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେପୁଣି ଉଦାରତା ଦେଖାଇଲା ଭାରତ । ଯୁଦ୍ଧ ପ୍ରଭାବୀ ଅଞ୍ଚଳକୁ ସହାୟତା ପଠାଇଛି ଭାରତ । ପାଲେଷ୍ଟାଇନର ଯୁଦ୍ଧ ପ୍ରପୀଡିତ ନିରୀହ ନାଗରିକଙ୍କ ପାଇଁ ଭାରତରୁ ଗଲା ପ୍ରଥମ ମାନବିକ ସହାୟତା ଓ ରିଲିଫ ସାମଗ୍ରୀ । ଇସ୍ରାଏଲ ଓ ହମାସ ମଧ୍ୟରେ 15 ଦିନରୁ ଉର୍ଦ୍ଧ୍ବ ହେଲା ଜାରି ରହିଛି ଯୁଦ୍ଧ ସ୍ଥିିତି । ଏହି ଯୁଦ୍ଧ 2 ଦେଶକୁ ବ୍ୟାପକ କ୍ଷତି ପହଞ୍ଚାଇଥିବା ବେଳେ ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ସେମାନଙ୍କୁ ସହାୟତାର ହାତ ବଢାଇଛି ଦେଶ । ଏନେଇ ରବିବାର ଦିନ ଭାରତ ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ..Israel-Gaza war: ଦକ୍ଷିଣ-ଗାଜା ଏବେ ପାଲେଷ୍ଟାଇନ ନାଗରିକଙ୍କ ଆଶ୍ରୟସ୍ଥଳ, ଦେଖନ୍ତୁ ରିଲିଫ କ୍ୟାମ୍ପର କିଛି ଝଲକ

ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ମଧ୍ୟରେ 15 ଦିନରୁ ଉର୍ଦ୍ଧ୍ବ ହେଲା ଜାରି ରହିଛି ଯୁଦ୍ଧ ସ୍ଥିିତି । ଏହି ଭୟଙ୍କର ଯୁଦ୍ଧରେ ପାଲେଷ୍ଟାଇନ ଓ ଗାଜାରେ ସାଧାରଣ ଲୋକେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ବେଳେ ଖାଦ୍ୟ, ପାନୀୟ, ଔଷଧ ଭଳି ଅତ୍ୟବଶକୀୟ ସାମଗ୍ରୀ ପାଇବା ପାଇଁ ଡହଳବିକଳ ହେଉଛନ୍ତି । ଏହାମଧ୍ୟରେ ସେମାନଙ୍କୁ ସହାୟତାର ହାତ ବଢାଇଛି ଭାରତ । ପାଲେଷ୍ଟାଇନକୁ ମାନବିକ ସହାୟତା ପ୍ରଦାନ କରିଛି ଦେଶ ।

ଆଇଏଏଫ C17 ବିମାନ ଯୋଗେ ପେନକିଲର ସମେତ ଅନ୍ୟାନ ଔଷଧ, ପାଖାପାଖି 32 ଟନର ଟେଣ୍ଟ୍‌, ସ୍ଲିପିଂ ବ୍ୟାଗ୍‌, ପାଣିକୁ ଶୁଦ୍ଧ କରିବା ଟାବଲେଟ୍ସ ଭଳି ଅନେକ ଅତ୍ୟାବଶକ ସାମଗ୍ରୀ ପାଲେଷ୍ଟାଇନକୁ ପଠାଯାଇଛି । ଏହି ସବୁ ମାନବିକ ସହାୟତା ସାମଗ୍ରୀକୁ ପାଲେଷ୍ଟାଇନ ପଠାଯାଇଛି । ରବିବାର ସକାଳ 8ଟା ସୁଦ୍ଧା ଗାଜିଆବାଦ ହିଣ୍ଡୋନ ଏୟାରବେସ୍‌ରୁ ଉଡ଼ାଣ ଭରିଥିବା ବେଳେ ଆଜି ଅପରାହ୍ନ 3ଟା ସୁଦ୍ଧା ଇଜିପ୍ଟର ଅଲ- ଆରିସ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବାର ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ..ମାନବୀୟ ସହୟତା ପାଇଁ ପ୍ରଥମ ଥର ଖୋଲିଲା ଗାଜା-ଇଜିଷ୍ଟ ବର୍ଡର କ୍ରସିଂ ପୋଷ୍ଟ

ସୋସିଆଲ ମିଡିଆ ଏକ୍ସରେ ଏନେଇ ଅରିନ୍ଦମ ବାଗଚୀ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି,"ଭାରତ ପାଲେଷ୍ଟାଇନ ନାଗରିକ ପାଇଁ ମାନବିକ ସହାୟତା ପଠାଇଛି । ଆଇଏଏଫ ସି-17 ବିମାନରେ ପାଖାପାଖି 6.5 ଟନର ମେଡିକାଲ ସାମଗ୍ରୀ ଓ 32ଟନର ରିଲିଫ ସାମଗ୍ରୀ ନେଇ ଉଡାଣ ଭରିଛି । ଯେଉଁଥିରେ ରହିଛି ଆବଶ୍ୟକୀୟ ଜୀବନ ରକ୍ଷାକାରୀ ମେଡିସିନ, ସର୍ଜିକାଲ ସାମଗ୍ରୀ, ପରିମଳ ସାମଗ୍ରୀ ।"

ତେବେ ଇସ୍ରାଇଲ-ହମାସ ଯୁଦ୍ଧ ମଧ୍ୟରେ ନିରୀହ ସାଧାରଣ ଜନତାଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ଖାଦ୍ୟ, ପାନୀୟ, ଔଷଧ ଭଳି ଅତ୍ୟାବଶକୀୟ ସାମଗ୍ରୀରୁ ବଞ୍ଚିତ ରହି ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ପାଲେଷ୍ଟାଇନର ସାଧାରଣ ଜନତା । 15ରୁ ଊର୍ଦ୍ଧ୍ବ ଦିନର ଏହି ଯୁଦ୍ଧ ମଧ୍ୟରେ ଶନିବାର ଦିନ ଇଜିପ୍ଟ ରଫାହ୍ ବର୍ଡର ଦେଇ ପ୍ରଥମ ଥର ଗାଜାରେ ମାନବିକ ସହାୟତା ପହଞ୍ଚିଥିଲା । ଇସ୍ରାଏଲ-ଗାଜା ମଧ୍ୟରେ ଥିବା ବର୍ଡରକୁ ବନ୍ଦ କରିଦିଆଯିବା ପରେ ଏବେ କେବଳ ଇଜିପ୍ଟ ହିଁ ଏକମାତ୍ର ମାଧ୍ୟମ ରହିଛି । ତେବେ ଶନିବାର ଦିନ ପାଖାାପାଖି 20ଟି ଟ୍ରକ ଅତ୍ୟାବଶକୀୟ ସାମଗ୍ରୀ ନେଇ ଇଜିପ୍ଟ ବର୍ଡର ଦେଇ ଗାଜାରେ ପହଞ୍ଚିଥିଲା । ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବି ଗାଜା ଅଧିବାସୀଙ୍କ ପାଇଁ ଏହି ଅତ୍ୟାବଶକୀୟ ମାନବିକ ସାମଗ୍ରୀ ପଠାଯାଇଥିଲା ।

ଏହାମଧ୍ୟ ପଢନ୍ତୁ..Israel-Palestine war: ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ଗାଜା ହସ୍ପିଟାଲ ଆକ୍ରମଣରେ କଲେ ଦୁଃଖ ପ୍ରକାଶ

ତେବେ ଅକ୍ଟୋବର 7ତାରିଖରୁ ଗାଜା ଓ ଇସ୍ରାଇଲ ମଧ୍ୟରେ ସଂଘର୍ଷ ଜାରି ରହିଛି । ପ୍ରଥମେ ହମାସ ପକ୍ଷରୁ ଇସ୍ରାଇଲକୁ ରକେଟ ମାଡ୍‌ ପରେ ଆକ୍ରାମକ ହୋଇ ଉଠିଛି ଇସ୍ରାଏଲ । 3 ସପ୍ତାହରୁ ଉର୍ଦ୍ଧ୍ବ ଦିନ ହେଲା ଇସ୍ରାଏଲ-ହମାସ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଜାରି ରହିଛି । ଏହି ଯୁଦ୍ଧରେ ସର୍ବାଧିକ କ୍ଷତି ଗାଜା ସହିଥିବା ବେଳେ ସେଠାକାର ନିରୀହ ନାଗରିକ ପ୍ରାଣ ବଞ୍ଚାଇବା ପାଇଁ ଆର୍ତ୍ତ ଚିତ୍କାର କରୁଛନ୍ତି । ଏହି ଯୁଦ୍ଧରେ ଗାଜାରେ ପାଖାପାଖି 4ହଜାର 300ଜଣଙ୍କ ଜୀବନ ଯାଇଥିବା ବେଳେ ସେମାନଙ୍କ ମଧ୍ୟରେ 1500ଶିଶୁ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 22, 2023, 4:23 PM IST

ABOUT THE AUTHOR

...view details