ଓଡିଶା

odisha

ETV Bharat / bharat

ଭିଏତନାମକୁ ଭାରତର ସହାୟତା, ପଠାଇଲା 15 ଟନ ରିଲିଫ ସାମଗ୍ରୀ - ଭିଏତନାରେ ଭୂସ୍ଖଳନ ପୀଡିତଙ୍କୁ ଭାରତର ସହାୟତା

କେନ୍ଦ୍ରୀୟ ଭିଏତନାମରେ ହୋଇଥିବା ବନ୍ୟା ଓ ଭୁସ୍ଖଳନ ପୀଡିତଙ୍କୁ ସହାୟତା ପାଇଁ 15 ଟନ ରିଲିଫ ସାମଗ୍ରୀ ପଠାଇଲା ଭାରତ ।

ଭିଏତନାମକୁ ଭାରତର ସହାୟତା, ପଠାଇଲା 15 ଟନ ରିଲିଫ ସାମଗ୍ରୀ
ଭିଏତନାମକୁ ଭାରତର ସହାୟତା, ପଠାଇଲା 15 ଟନ ରିଲିଫ ସାମଗ୍ରୀ

By

Published : Dec 26, 2020, 7:08 AM IST

ନୂଆଦିଲ୍ଲୀ: ଭିଏତନାମକୁ 15 ଟନ ରିଲିଫ ସାମଗ୍ରୀ ପଠାଇଲା ଭାରତ । ହୋ ଶି ମିନ୍ ସହରରେ ପହଁଞ୍ଚିଲା ଭାରତୀୟ ନୌସେନା ଜାହାଜ କିଲତାନ । କେନ୍ଦ୍ରୀୟ ଭିଏତନାମରେ ହୋଇଥିବା ବନ୍ୟା ଓ ଭୁସ୍ଖଳନ ପୀଡିତଙ୍କୁ ସହାୟତା ପାଇଁ ଭାରତ ଏହି ପ୍ରୟାସ କରିଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟର ବିବୃତ୍ତିରେ କୁହାଯାଇଛି ଯେ ଭାରତୀୟ ନୌବାହିନୀ ଜାହାଜ INS କିଲତାନ ଗୁରୁବାର ହୋ ଚି ମିନି ସହରର ନାହା ରଙ୍ଗ ବନ୍ଦରରେ ପହଞ୍ଚିଛି । ଏହା ଦକ୍ଷିଣ ଚୀନ୍ ସାଗରରେ ଭିଏତନାମ ପିପୁଲ୍ସ ନୌସେନା ସହିତ ଡିସେମ୍ବର 26 ରୁ 27 ତାରିଖ ପର୍ଯ୍ୟନ୍ତ ଅଭ୍ୟାସ କରିବ ।

ତେବେ ଏଠାରେ କହିରଖୁଛୁ ଯେ, ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଏତନାମ ପ୍ରତିପକ୍ଷ ନଗୁଏନ ଜୁଆନ୍ ଫୁକଙ୍କ ସହ ଏକ ଭର୍ଚୁଆଲ୍ ସମ୍ମିଳନୀ କରିଥିଲେ । ଯେଉଁଥିରେ ଉଭୟ ପକ୍ଷ ସାମୁଦ୍ରିକ କ୍ଷେତ୍ର ସମେତ ସାମଗ୍ରିକ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ବୃଦ୍ଧି କରିବାକୁ ପ୍ରତିଜ୍ଞା କରିଥିଲେ। ଦକ୍ଷିଣ ଚୀନ ସାଗର ଅଞ୍ଚଳରେ ଚୀନ ନିଜ ସାମରିକ ବାହିନୀକୁ ସଶକ୍ତ କରୁଛି । ଯାହାକୁ ମୁକାବିଲା କରିବାକୁ ଦୁଇ ଦେଶ ବିଶେଷ ଭାବରେ ଗୁରୁତ୍ବ ଦେବେ ବୋଲି ସମ୍ମିଳନୀରେ ନିଷ୍ପତ୍ତି ନେଇଛନ୍ତି ।

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଭାରତ ଦ୍ବାରା ଭିଏତନାମକୁ ପଠାଯାଇଥିବା ବିପର୍ଯ୍ୟୟ ପ୍ରଶମନ ଦୁଇ ଦେଶ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ପ୍ରତିଫଳିତ କରୁଛି। ଜାତୀୟ ବିପର୍ଯ୍ୟୟ ନିରାକରଣ ଏବଂ ନିୟନ୍ତ୍ରଣ ପାଇଁ ରିଲିଫ ସାମଗ୍ରୀ ଭିଏତନାମର କେନ୍ଦ୍ରୀୟ ପରିଚାଳନା କମିଟିକୁ ହସ୍ତାନ୍ତର କରାଯିବ ବୋଲି ଏଥିରେ କୁହାଯାଇଛି ।

ଗତ ଅକ୍ଟୋବର ମାସରେ ଭିଏମନାମରେ ଲଗାଣ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିରେ 130 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 18 ଜଣ ନିଖୋଜ ରହିଥିଲେ । ବନ୍ୟା ପରିସ୍ଥିତି ପାଇଁ 1500ହେକ୍ଟର ଚାଷ ଜମି ସହ 7 ହଜାର 8ଶହ ହେକ୍ଟରରୁ ଅଧିକ ଫସଲରେ ବନ୍ୟା ପାଣି ମାଡି ଯିବାରୁ ସବୁ ନଷ୍ଟ ହୋଇଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଥିଲା । ଖାଲି ଏମିତି ନୁହେଁ ଭୟଙ୍କର ବନ୍ୟାରେ 9,34,800 ନିରୀହ ପଶୁଙ୍କ ଜୀବନ ଯାଇଥିଲା ।

ABOUT THE AUTHOR

...view details