ଓଡିଶା

odisha

ମାସରେ ପ୍ରଥମଥର 2 ଲକ୍ଷ ତଳେ ଦୈନିକ ସଂକ୍ରମଣ; ଦିନକରେ 1.96 ଲକ୍ଷ ପଜିଟିଭ୍ ଚିହ୍ନଟ

ଦୀର୍ଘ ଏକମାସ ପରେ ୨ ଲକ୍ଷ ତଳକୁ ଖସିଲା ଦେଶରେ ଦୈନିକ କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ ଦେଶରେ 1 ଲକ୍ଷ 96 ହଜାର 427 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 3 ହଜାର 511 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କୋରୋନା । ଅଧିକ ପଢନ୍ତୁ...

By

Published : May 25, 2021, 11:05 AM IST

Published : May 25, 2021, 11:05 AM IST

ମାସରେ ପ୍ରଥମଥର 2 ଲକ୍ଷ ତଳେ ଦୈନିକ ସଂକ୍ରମଣ, ଦିନକରେ 1,96,427 ପଜିଟିଭ୍ ଚିହ୍ନଟ
ମାସରେ ପ୍ରଥମଥର 2 ଲକ୍ଷ ତଳେ ଦୈନିକ ସଂକ୍ରମଣ, ଦିନକରେ 1,96,427 ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦୀର୍ଘ ଏକମାସ ପରେ ୨ ଲକ୍ଷ ତଳକୁ ଖସିଲା ଦେଶରେ ଦୈନିକ କୋରୋନା ସଂକ୍ରମଣ । କିନ୍ତୁ ଏବେ ବି ମୃତ୍ୟୁରେ ଲାଗିନି ବ୍ରେକ । ଗତ 24 ଘଣ୍ଟାରେ ଦେଶରେ 1 ଲକ୍ଷ 96 ହଜାର 427 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାକୁ ମିଶାଇ ଦେଶରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 2 କୋଟି 69 ଲକ୍ଷ 48 ହଜାର 874ରେ ପହଞ୍ଚିଛି ।

ସେହିପରି ଆଜି ଦେଶରେ 3 ହଜାର 511 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କୋରୋନା । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 3 ଲକ୍ଷ 7 ହଜାର 231 ରେ ପହଞ୍ଚିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଗତ 24 ଘଣ୍ଟାରେ 3 ଲକ୍ଷ 26 ହଜାର 850ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 25 ଲକ୍ଷ 86 ହଜାର 782ଟି ଆକ୍ଟିଭ କେସ୍ ରହିଛି ।

ଏତତ୍ ବ୍ୟତୀତ ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୪୦ ଲକ୍ଷ ୫୪ ହଜାର ୮୬୧ରେ ପହଁଚିଛି । ଦେଶରେ ଏପର୍ଯ୍ୟନ୍ତ 19 କୋଟି 85ଲକ୍ଷ 38 ହଜାର 999 ଜଣ ଟିକା ନେଇ ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details