ଓଡିଶା

odisha

ETV Bharat / bharat

India Corona: ଦିନକରେ 3947 ନୂଆ ସଂକ୍ରମିତ - ଦେଶରେ କମୁଛି ସଂକ୍ରମଣ

ଦେଶରେ ହ୍ରାସ ପାଉଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ 4 ହଜାରରୁ କମ୍ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: ଦିନକରେ 3947 ନୂଆ ସଂକ୍ରମିତ
India Corona: ଦିନକରେ 3947 ନୂଆ ସଂକ୍ରମିତ

By

Published : Sep 30, 2022, 10:09 AM IST

ନୂଆଦିଲ୍ଲୀ: ଦେଶରେ ତଳମୁହାଁ ରହିଛି କୋରୋନା ଗ୍ରାଫ୍ । ପ୍ରତିଦିନ ହ୍ରାସ ପାଉଛି ଦୈନିକ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ 4 ହଜାରରୁ କମ୍ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ସଂକ୍ରମିତଙ୍କ ସଂଖ୍ୟା 3,947 ରହିଛି (India Records 3,947 fresh Covid Cases) । ଗୋଟିଏ ପଟେ ଦେଶରେ ସଂକ୍ରମଣ କମୁଥିବାବେଳେ ଅନ୍ୟପଟେ ପ୍ରତିଦିନ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । 24 ଘଣ୍ଟା ମଧ୍ୟରେ ମୋଟ 5,096 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 4,40,19,095ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ (Union Health Ministry) ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସଂକ୍ରମଣ ଅପେକ୍ଷା ସୁସ୍ଥସଂଖ୍ୟା ଅଧିକ ରହୁଥିବାରୁ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ତଳକୁ ଖସିଛି । ଏବେ ମାତ୍ର 39,583 ସକ୍ରିୟ ସଂକ୍ରମିତ ରହିଛନ୍ତି । ବର୍ତ୍ତମାନ ଭାରତରେ ଦୈନିକ କୋରୋନା ପଜିଟିଭ ହାର 1.23%କୁ କମିଛି । ସାପ୍ତାହିକ ହାର 1.44% ରହିଛି । ଆଜି ପର୍ଯ୍ୟନ୍ତ ମୋଟ 5,28,611 କୋରୋନା ସଂକ୍ରମିତ(Corona Positive) ପ୍ରାଣ ହରାଇଛନ୍ତି । ଏବେ ସୁଦ୍ଧା ଦେଶବ୍ୟାପୀ ମୋଟ 89.50 କୋଟି ଟେଷ୍ଟିଂ କରାଯାଇଛି ।

ଦେଶବ୍ୟାପୀ କୋରୋନା ଟୀକାକରଣ ଅଭିଯାନରେ ଭାରତ ମାଇଲଖୁଣ୍ଟ ଅତିକ୍ରମ କରିଛି । ସାରା ଦେଶରେ ଆଜି ପର୍ଯ୍ୟନ୍ତ 218 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 34,21,962 ଜଣଙ୍କୁ ଟିକା ଦିଆଯାଇଛି । ଏବେ ଲୋକଙ୍କୁ ମାଗଣାରେ ବୁଷ୍ଟର ଡୋଜ ଦିଆଯାଉଛି । ପ୍ରତିଦିନ ଦେଶରେ 20 ଲକ୍ଷରୁ ଅଧିକ ବୁଷ୍ଟର ଡୋଜ ଦିଆଯାଉଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା(Manuskh mandaviya) ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ:କେଉଁ ବ୍ଲଡ୍ ଗ୍ରୁପର ବ୍ୟକ୍ତିଙ୍କୁ ହୃଦଘାତ ଆଶଙ୍କା ଅଧିକ ଥାଏ, ଜାଣିଛନ୍ତି କି ?

କୋଭିଡ ଟୀକାକରଣ ଅଭିଯାନକୁ ଆହୁରି ସଫଳ କରିବା ଉଦ୍ଦେଶ୍ୟରେ ଜୁଲାଇ 15ରୁ 'କୋଭିଡ ଭ୍ୟାକ୍ସିନ ଅମୃତ ମହୋତ୍ସବ' (COVID Vaccination Amrit Mahotsav) କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି 75 ଦିନିଆ କ୍ୟାମ୍ପେନ ସେପ୍ଟେମ୍ବର 30 ଅର୍ଥାତ ଆଜି ଶେଷ ହେବ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ 18 ବର୍ଷ ଏବଂ 75 ବର୍ଷ ବୟସରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ମାଗଣା ବୁଷ୍ଟର ଡୋଜ୍ ଦିଆଯାଉଛି । ତେଣୁ ସମସ୍ତଙ୍କୁ ଯଥାଶୀଘ୍ର ବୁଷ୍ଟର ଡୋଜ ନେବାକୁ ସରକାର ଅପିଲ୍ କରୁଛନ୍ତି ।

ABOUT THE AUTHOR

...view details