ଓଡିଶା

odisha

ETV Bharat / bharat

ସରିଲା ଭାରତ-ଋଷ NSA ବୈଠକ, ଆତଙ୍କବାଦ ଓ ଆଫଗାନ ସ୍ଥିତି ଥିଲା ମୁଖ୍ୟ ପ୍ରସଙ୍ଗ - Afghanistan crisis

ଆଫଗାନିସ୍ତାନରେ ଘଟୁଥିବା ସ୍ଥିତି ନେଇ ଋଷ ଓ ଭାରତ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ବସିଛି । ରୁଷ ନିରାପତ୍ତା ପରିଷଦର ସଚିବ ନିକୋଲାଏ ପାତ୍ରୁସେଭ ଏବଂ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ମଧ୍ୟରେ ଏଠାରେ ଆଲୋଚନା ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ଭାରତ-ଋଷ NSA ସ୍ତରୀୟ ବୈଠକ
ଭାରତ-ଋଷ NSA ସ୍ତରୀୟ ବୈଠକ

By

Published : Sep 8, 2021, 1:17 PM IST

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଘଟୁଥିବା ସ୍ଥିତି ନେଇ ଋଷ ଓ ଭାରତ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ବସିଛି । ଋଷ ନିରାପତ୍ତା ପରିଷଦର ସଚିବ ନିକୋଲାଏ ପାତ୍ରୁସେଭ ଏବଂ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ମଧ୍ୟରେ ଏଠାରେ ଆଲୋଚନା ଅନୁଷ୍ଠିତ ହୋଇଛି । ଉଭୟ ପକ୍ଷ ଆଫଗାନିସ୍ତାନରେ ସାମ୍ପ୍ରତିକ ରାଜନୈତିକ, ନିରାପତ୍ତା ଏବଂ ମାନବୀୟ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିବା ଜଣାପଡିଛି ।

ଭାରତ-ଋଷ NSA ସ୍ତରୀୟ ବୈଠକ

ଆଫଗାନିସ୍ତାନରେ ଭାରତ ଓ ରୁଷ ମଧ୍ୟରେ ରାଜନୈତିକ-ନିରାପତ୍ତା ସହଯୋଗ ନେଇ ଆଗ୍ରହ, ଗୁରୁତ୍ବ ଏବଂ ସେହି ସମ୍ଭାବନାରେ ଉଲ୍ଲେଖନୀୟ ବୃଦ୍ଧି ସମ୍ଭାବନାକୁ ନେଇ ଏହି ଆଲୋଚନା ଅନୁଷ୍ଠିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ଉଭୟ ପକ୍ଷ ଜୈସ-ଇ-ମହମ୍ମଦ ଏବଂ ଲସ୍କର-ଏ-ତୋଏବା ଭଳି ଆତଙ୍କବାଦୀ ସଂଗଠନଗୁଡିକର କାର୍ଯ୍ୟକଳାପ ସମ୍ପର୍କରେ ସମୀକ୍ଷା କରିବା ସହିତ ଆଫଗାନିସ୍ତାନକୁ ସଙ୍କଟ ସମୟରେ ସହଯୋଗ କରିବାକୁ ମସ୍କୋ ଓ ନୂଆଦିଲ୍ଲୀ ମଧ୍ୟରେ ସମ୍ଭାବ୍ୟ ସହଯୋଗ ଉପରେ ଆଲୋଚନା କରିଛନ୍ତି ।

ସୂଚନାଯୋଗ୍ୟ ନିକଟରେ ଋଷ ପ୍ରତିପକ୍ଷ ନିକୋଲଏ କୁଦାଶେଭ କହିଥିଲେ ଯେ ଆଫଗାନିସ୍ତାନରେ ଅସ୍ଥିର ପରିସ୍ଥିତି ଋଷ ଓ କାଶ୍ମୀରରେ ଆତଙ୍କବାଦ ପ୍ରସାର ଘଟାଇବା ଆଶଙ୍କା ରହିଛି । ଏହା ପୂର୍ବରୁ ଆମେରିକୀୟ ଗୁଇନ୍ଦା ସଂସ୍ଥାର ମୁଖ୍ୟ ବିଲ୍‍ ବର୍ନସ ଭାରତ ଗସ୍ତରେ ଆସି ଏନଏସଏ ଅଜିତ ଡୋଭଲଙ୍କ ସହିତ ଏହି ଅଞ୍ଚଳର ସୁରକ୍ଷା ଏବଂ ସ୍ଥିରତା ସମ୍ପର୍କରେ ଆଲୋଚନା କରିଥିଲେ ।ଆଫଗାନିସ୍ତାନ ଘଟଣାକ୍ରମରେ ପାକିସ୍ତାନର ସିଧାସଳଖ ସଂପୃକ୍ତି ଏବଂ ଚୀନ ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)ରେ ସାମିଲ ହେବାକୁ ତାଲିବାନର ଆଗ୍ରହ ଭାରତ ପାଇଁ ରାଜନୈତିକ-କୂଟନୈତିକ ସ୍ତରରେ ବିପଦର କାରଣ ହୋଇପାରେ ।

ଦୁଇ ଦେଶ ମଧ୍ୟରେ ଟେଲିଫୋନ ଆଲୋଚନା ପରେ ଏହି ବୈଠକ ବସିଛି । ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହିତ ଫୋନରେ କଥା ହୋଇଥିଲେ । କଥାବାର୍ତ୍ତା ସମୟରେ ଦୁଇଜଣ ଦେଶରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଆଲୋଚନା କରିଥିଲେ ।

@ANI

ABOUT THE AUTHOR

...view details