ନୂଆଦିଲ୍ଲୀ:ଦେଶରେ ତଳମୁହାଁ ରହିଛି କୋରୋନା ଗ୍ରାଫ୍ । ଦୀର୍ଘ ୭୧୫ ଦିନ ପରେ ଆଜି ଦୈନିକ ପଜିଟିଭ ମାମଲା ୧ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର ୯୧୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 913 fresh covid cases) । ସଂକ୍ରମଣ ମାମଲା ହ୍ରାସ ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ଓ ୧୩୧୬ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
India Corona: ୭୧୫ ଦିନ ପରେ ହଜାରେ ତଳେ ସଂକ୍ରମଣ, ୧୩ ମୃତ - ଦେଶରେ ତଳମୁହାଁ ସଂକ୍ରମଣ
ଦେଶରେ ତଳମୁହାଁ ରହିଛି କୋରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର ୯୧୩ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ
India Corona: ୭୧୫ ଦିନ ପରେ ହଜାରେ ତଳେ ସଂକ୍ରମଣ, ୧୩ ମୃତ
ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧୫ ହଜାର ତଳେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ଏବେ ମୋଟ ୧୨,୫୯୭ ଜଣ ସଂକ୍ରମିତ ରହିଛନ୍ତି । ଏଯାବତ୍ ଭାରତରେ ମୋଟ ୫,୨୧,୩୫୮ ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ସେହିପରି ଦେଶବ୍ୟାପୀ ସମୁଦାୟ ୧,୮୪,୭୦,୮୩,୨୭୯ କୋଟି ଡୋଜ୍ ଟୀକାକରଣ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ