ଓଡିଶା

odisha

ETV Bharat / bharat

INDIA CORONA: ସାମାନ୍ୟ କମିଲା ସଂକ୍ରମଣ, ଆଜି ବି 3 ଲକ୍ଷ ପାର ପଜିଟିଭ - ଭାରତ କୋରୋନା ରିପୋର୍ଟ

ଆଜି ବି ୩ ଲକ୍ଷ ପାର୍ କଲା ପଜିିଟିଭ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 3,06,064 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

INDIA CORONA
INDIA CORONA

By

Published : Jan 24, 2022, 9:17 AM IST

Updated : Jan 24, 2022, 9:33 AM IST

ନୂଆଦିଲ୍ଲୀ: ଦେଶରେ ମାଡୁଛି ମହାମାରୀ । ୩ ଲକ୍ଷ ଉପରେ ରହୁଛି ଦୈନିକ ସଂକ୍ରମଣ । ଗତକାଲି(ରବିବାର) ଅପେକ୍ଷା ଆଜି ଦେଶରେ ସଂକ୍ରମଣ 27,469 କମିଥିଲେ ହେଁ ପଜିଟିଭ ମାମଲା ୩ ଲକ୍ଷ ପାର୍ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 3,06,064 ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି((India reports 3,06,064 fresh COVID cases) । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଗତକାଲିର ପଜିଟିଭ ରେଟ ଅନୁସାରେ ୮ ପ୍ରତିଶତ କମ ରହିଛି । ସେହିପରି ଦିନକରେ ଦେଶରୁ 439 ଜଣଙ୍କ ଜୀବନ ନେଇଛି ମହାମାରୀ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସକ୍ରିୟ ମାମଲା 22,49,335ରେ ପହଞ୍ଚିଛି । ଗତକାଲି ପଜିଟିଭ ହାର 17.78%କୁ ହ୍ରାସ ହୋଇଥିଲା ମାତ୍ର ଆଜି ପଜିଟିଭିଟି ରେଟ ୨୦. ୭୫ ପ୍ରତିଶତକୁ ବୃଦ୍ଧି ହୋଇଛି । ଏହା ସହ ୨୪ ଘଣ୍ଟାରେ ଦେଶରେ 2,43,495ଜଣ ସୁସ୍ଥ ହୋଇଛନ୍ତି ।

Last Updated : Jan 24, 2022, 9:33 AM IST

ABOUT THE AUTHOR

...view details