ନୂଆଦିଲ୍ଲୀ: ଦେଶରେ ତଳ ଉପର ହେଉଛି ସଂକ୍ରମଣ । ଆଜି ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ଗତକାଲି(ମଙ୍ଗଳବାର) ଦୈନିକ ପଜିଟିଭ ମାମଲା ୭ ହଜାର ତଳେ ରହିଥିଲା । ହେଲେ ଆଜି ଏହା ୮ ହଜାର ମୁହାଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 7,554 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 7,554 fresh covid cases) । ସଂକ୍ରମଣ ବଢିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ସାମାନ୍ୟ ବୃଦ୍ଧି ପାଇଛି । ଦେଶରେ ଦିନକରେ 223 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ 14,123 ଜଣ ସୁସ୍ଥ ହୋଇଛନ୍ତି ।
India Corona: ଦିନକରେ 7554 ନୂଆ ସଂକ୍ରମିତ, 223 ମୃତ - ଭାରତ କୋରୋନା ଅପଡେଟ୍
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 7,554 ନୂଆ ସଂକ୍ରମିତ ଚିହ୍ନଟ । ମୃତ୍ୟୁସଂଖ୍ୟାରେ ସାମାନ୍ୟ ବୃଦ୍ଧି । ଅଧିକ ପଢନ୍ତୁ
![India Corona: ଦିନକରେ 7554 ନୂଆ ସଂକ୍ରମିତ, 223 ମୃତ India Corona: ଦିନକରେ 7554 ନୂଆ ସଂକ୍ରମିତ, 223 ମୃତ](https://etvbharatimages.akamaized.net/etvbharat/prod-images/768-512-14612221-thumbnail-3x2-ind.jpg)
India Corona: ଦିନକରେ 7554 ନୂଆ ସଂକ୍ରମିତ, 223 ମୃତ
ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ଲକ୍ଷେ ତଳେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ମୋଟ 85,680ଟି ସକ୍ରିୟ ମାମଲା ରହିଛି । ଏଯାବତ୍ ଭାରତରେ ମୋଟ 42,3,38,673 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,14,246 ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି । ସେହିପରି ସମୁଦାୟ 1,77,79,92,977 କୋଟି ଡୋଜ୍ ଟୀକାକରଣ କରାଯାଇଛି ।
@ANI