ଓଡିଶା

odisha

India Corona: ଦିନକରେ 2876 ସଂକ୍ରମିତ, ୧୦୦ ତଳେ ମୃତ୍ୟୁସଂଖ୍ୟା

By

Published : Mar 16, 2022, 9:30 AM IST

ଦେଶରେ ତଳମୁହାଁ ରହିଛି କୋରୋନା ମିଟର । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 2,876 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: ଦିନକରେ 2876 ସଂକ୍ରମିତ, ୧୦୦ ତଳେ ମୃତ୍ୟୁସଂଖ୍ୟା
India Corona: ଦିନକରେ 2876 ସଂକ୍ରମିତ, ୧୦୦ ତଳେ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ:ଦେଶରେ ନିୟନ୍ତ୍ରଣାଧୀନ ମହାମାରୀ । ତଳମୁହାଁ ରହିଛି କୋରୋନା ମିଟର । କିଛି ଦିନ ହେଲା ଦୈନିକ ପଜିଟିଭଙ୍କ ସଂଖ୍ୟା ୩ ହଜାର ତଳେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 2,876 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 2,876 fresh covid cases) । ସେହିପରି ଦିନକରେ 3,884 ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ 98 ଜଣଙ୍କ ମୃତ୍ୟୁ ଘଟିଛି ।

ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ ଦେଶର 32,811ଟି ସକ୍ରିୟ ମାମଲା ରହିଛି । ଏହି କ୍ରମରେ ଦୈନିକ ପଜିଟିଭ୍ ରେଟ୍ ମଧ୍ୟ ହ୍ରାସ ପାଇଛି । ପଜିଟିଭ ହାର ଏବେ 0.38% ରହିଛି । ଏଯାବତ୍ ଭାରତରେ ମୋଟ 4,24,50,055 ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ 5,16,072 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ସେହିପରି ସମୁଦାୟ 1,80,60,93,107 କୋଟି ଡୋଜ୍ ଟୀକାକରଣ କରାଯାଇଛି । ଆଜିଠୁ ଦେଶରେ ୧୨ରୁ ୧୪ ବର୍ଷ ପିଲାଙ୍କ ଟୀକାକରଣ ଆରମ୍ଭ ହୋଇଛି ।

@ANI

ABOUT THE AUTHOR

...view details