ଓଡିଶା

odisha

India Corona: ଦିନକରେ 1581 ସଂକ୍ରମିତ, 33 ମୃତ

By

Published : Mar 22, 2022, 9:55 AM IST

ଦେଶରେ ନିୟମନ୍ତ୍ରଣରେ ରହିଛି ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର 1,581 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: ଦିନକରେ 1581 ସଂକ୍ରମିତ, 33 ମୃତ
India Corona: ଦିନକରେ 1581 ସଂକ୍ରମିତ, 33 ମୃତ

ନୂଆଦିଲ୍ଲୀ: ଦେଶରେ ଲଗାତାର ହ୍ରାସ ପାଉଛି ସଂକ୍ରମଣ । ଦୈନିକ ପଜିଟିଭ ମାମଲା ୨ ହଜାର ତଳେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 1,581 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 1,581 fresh covid cases) । ଦେଶରେ ଦୁଇ ଦିନ ହେଲା ମୃତ୍ୟୁସଂଖ୍ୟା ମଧ୍ୟ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୩୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ଏବଂ 2,741 ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁୟାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ଭାରତରେ ମୋଟ 23,913ଟି ସକ୍ରିୟ ମାମଲା ରହିଛି । ଦୈନିକ ପଜିଟିଭ ରେଟ୍ 0.28 %ରେ ପହଞ୍ଚିଛି । ଏଯାବତ୍ ଦେଶରେ ମୋଟ 4,24,70,515 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦେଶବ୍ୟାପୀ ମୋଟ 1,81,56,01,944 କୋଟି ଡୋଜ୍ ଟୀକାକରଣ କରାଯାଇଛି । ସେହିପରି ଏବେ ସୁଦ୍ଧା ୩୪ ଲକ୍ଷ ୧୨ ରୁ ୧୪ ବର୍ଷ ବର୍ଷ ବୟସ୍କ ଟିକା ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details