ନୂଆଦିଲ୍ଲୀ: ଦେଶରେ ଦୁର୍ବଳ ହୋଇଛି ତୃତୀୟ ଲହର । କ୍ରମଶଃ ଖସୁଛି କୋରୋନା ଗ୍ରାଫ୍ । ତିନି ଲକ୍ଷ ପାର୍ କରୁଥିବା ସଂକ୍ରମଣ ମାମଲା ହଜାରରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୧,୫୪୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India reports 1,549 fresh covid cases) । ସଂକ୍ରମଣ ଏତେମାତ୍ରାରେ କମିଥିଲେ ହେଁ ମୃତ୍ୟୁସଂଖ୍ୟା କମୁହାହିଁ । ଆଜି ଦିନକରେ ଦେଶରେ ପୁଣି ୩୧ ସଂକ୍ରମିତଙ୍କ ମୁଣ୍ଡ ନେଇଛି କିଲର୍ କୋରୋନା ।
India Corona: ଦିନକରେ ବାହାରିଲେ ୧,୫୪୯ ପଜିଟିଭ, ୩୧ ମୃତ - ଦେଶ କୋରୋନା ସଂକ୍ରମିତ ରିପୋର୍ଟ
ଦେଶରେ କ୍ରମଶଃ ଖସୁଛି କୋରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର ୧,୫୪୯ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ
ଦିନକରେ ବାହାରିଲେ ୧,୫୪୯ ପଜିଟିଭ
ସଂକ୍ରମଣ କମିବା ସହ ଭାରତରେ ସକ୍ରିୟ ମାମଲା ହ୍ରାସ ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଆଜିର ନୂତନ ସଂକ୍ରମଣକୁ ମିଶାଇ ଭାରତରେ ମୋଟ ୨୫ ହଜାର ୧୦୬ଟି ସକ୍ରିୟ ମାମଲା ରହିଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୪ କୋଟି ୨୪ ଲକ୍ଷ ୬୭ ହଜାର ୭୭୪ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୫୧୬୫୧୦ ସଂକ୍ରମିତ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ୧, ୮୧, ୨୪, ୯୭, ୩୦୩ଜଣଙ୍କୁ ଟୀକାକରଣ ଶେଷ ହୋଇଛି ।
@ANI
Last Updated : Mar 21, 2022, 9:51 AM IST