ନୂଆଦିଲ୍ଲୀ:ଦେଶରେ କମୁଛି ସଂକ୍ରମଣ । ଅଢେଇ ଲକ୍ଷ ତଳେ ରହିଛି ଦୈନିକ ସଂକ୍ରମିତ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ 2 ଲକ୍ଷ 09 ହଜାର 918 ସଂକ୍ରମିତ ଚିହ୍ନଟ(India reports 2,09,918 new covid cases) ହୋଇଛନ୍ତି । ଆଜିର ମାମଲାକୁ ମିଶାଇ ଦୈନିକ ସଂକ୍ରମଣ ହାର ୧୫.୭୭ ପ୍ରତିଶତ ରହିଛି । ସେହିପରି ଦିନକରେ ୨ ଲକ୍ଷ 62 ହଜାର 628 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସଂକ୍ରମଣ କମୁଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଦିନକରେ 959 ଜଣଙ୍କ ଜୀବନ ନେଇଛି ମହାମାରୀ । ମୋଟ ମୃତ୍ୟୁସଂଖ୍ୟା ୪ ଲକ୍ଷ ୯୫ ହଜାର ୦୫୦ କୁ ବୃଦ୍ଧି ହୋଇଛି ।
INDIA CORONA: ୨ ଲକ୍ଷ ୯ ହଜାରରୁ ଅଧିକ ନୂଆ ସଂକ୍ରମିତ, ୯୫୯ ମୃତ - ଦେଶରେ କୋରୋନା ସଂକ୍ରମଣ
ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 2,09,918 ନୂଆ ସଂକ୍ରମିତ ଚିହ୍ନଟ । ସଂକ୍ରମଣ କମୁଥିଲେ ହେଁ ବଢୁଛି ମୃତ୍ୟୁସଂଖ୍ୟା । ଅଧିକ ପଢନ୍ତୁ
୨ ଲକ୍ଷ ୯ ହଜାରରୁ ଅଧିକ ନୂଆ ସଂକ୍ରମିତ
ନୂଆ ଆକ୍ରାନ୍ତଙ୍କୁ ମିଶାଇ ସକ୍ରିୟ ମାମଲା 18,31,937ରେ ପହଞ୍ଚିଛି । ଏଯାବତ୍ 1,66,03,96,227 କୋଟି ଭ୍ୟାକ୍ସିନ ଡୋଜ୍ ଦିଆସରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୧୩ ଲକ୍ଷ ୨ ହଜାର ୪୪୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
@ANI
Last Updated : Jan 31, 2022, 9:25 AM IST