ଓଡିଶା

odisha

ETV Bharat / bharat

INDIA CORONA: ଦିନକରେ 2,68,833 ନୂଆ ସଂକ୍ରମିତ - ଭାରତ କୋରୋନା

ଦେଶରେ ଦ୍ରୁତବେଗରେ ମାଡୁଛି ମହାମାରୀ । ଦିନକରେ 2,68,833 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

INDIA CORONA: 2,68,833 ନୂଆ ସଂକ୍ରମିତ
INDIA CORONA: 2,68,833 ନୂଆ ସଂକ୍ରମିତ

By

Published : Jan 15, 2022, 9:53 AM IST

ନୂଆଦିଲ୍ଲୀ: ଭାରତରେ କ୍ଷୀପ୍ରବେଗରେ କାୟା ମେଲାଉଛି ମହାମାରୀ । ଆଜି ବି ଅଢେଇ ଲକ୍ଷ ପାର୍ କଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶରୁ 2,68,833 ନୂଆ ସଂକ୍ରମିତ ଚିହ୍ନଟ((India reports 2,68,833 fresh COVID cases) ହୋଇଛନ୍ତି । ଯାହା ଗତକାଲି(ଶୁକ୍ରବାର) ତୁଳନାରେ 4,631 ଅଧିକ । ବର୍ଦ୍ଧିତ ସଂକ୍ରମଣ ମାମଲା ସହ ଭାରତରେ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଦିନକ ମଧ୍ୟରେ 1,22,684 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସକ୍ରିୟ ମାମଲା 14,17,820ରେ ପହଞ୍ଚିଛି । ଦେଶରେ ଦିନକୁ ଦିନ ପଜିଟିଭ ହାର ବଢିଚାଲିଛି । ସଂକ୍ରମଣ ଏତେ ଜୋର୍‌ରେ ବଢୁଛି ଯେ, ଡିସେମ୍ବର ଶେଷରେ ଭାରତର ଦୈନିକ ପଜିଟିଭ ହାର 1.1 ପ୍ରତିଶତ ଥିବାବେଳେ ଏବେ 16.66% କୁ ବୃଦ୍ଧି ପାଇଛି । ସେପଟେ କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଏଯାବତ୍ ଦେଶ ମଧ୍ୟରୁ 6,041 ଓମିକ୍ରନ ମାମଲା ଚିହ୍ନଟ ହୋଇଛି ।

@ANI

ABOUT THE AUTHOR

...view details