ଓଡିଶା

odisha

ETV Bharat / bharat

INDIA CORONA: ଆଜି ବି ୩ ଲକ୍ଷ ଟପିଲା ସଂକ୍ରମଣ - ଭାରତ କୋରୋନା

ଭାରତରେ ସାମାନ୍ୟ କମିଲା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ 3,37,704 ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

INDIA CORONA: ଆଜି ବି ୩ ଲକ୍ଷ ଟପିଲା ସଂକ୍ରମଣ
INDIA CORONA: ଆଜି ବି ୩ ଲକ୍ଷ ଟପିଲା ସଂକ୍ରମଣ

By

Published : Jan 22, 2022, 9:32 AM IST

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣରେ ସାମାନ୍ୟ ହ୍ରାସ । ହେଲେ ଆଜି ବି ୩ ଲକ୍ଷ ଉପରେ ରହିଛି ପଜିଟିଭ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ 3,37,704 ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 3.37 lakh fresh COVID cases), ଯାହାକି ଗତକାଲି ତୁଳନାରେ 9,550 କମ୍ । ପଜିଟିଭ ମାମଲା ବଢିବା ସହ ସୁସ୍ଥସଂଖ୍ୟା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଛି । ଦେଶରେ ଦିନକରେ 2,42,676 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ୪୮୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସକ୍ରିୟ ମାମଲା 21,13,365ରେ ପହଞ୍ଚିଛି । ଭାରତର ପଜିଟିଭ ହାର 17.94%ରୁ ଆଜି 17.22%କୁ ହ୍ରାସ ପାଇଛି । ଅନ୍ୟପଟେ କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ ବ୍ୟାପିବାରେ ଲାଗିଛି । ଏଯାବତ୍ ଦେଶ ମଧ୍ୟରୁ 10,050 ଓମିକ୍ରନ ମାମଲା ଚିହ୍ନଟ ହୋଇସାରିଛି । ଯାହା ଗତକାଲି ତୁଳନାରେ 3.69% ପ୍ରତିଶତ ଅଧିକ ରହିଛି ।

@ANI

ABOUT THE AUTHOR

...view details