ନୂଆଦିଲ୍ଲୀ: ଦେଶରେ ପୁଣି ବଢିଲା ସଂକ୍ରମଣ । ୩୦ ହଜାର୍ ପାର୍ କଲା ଦୈନିକ ପଜିଟିଭ ମାମଲା । ଗତ କିଛି ଦିନ ଧରି ଦେଶରେ କୋରୋନା ସଂକ୍ରମଣ ତଳମୁହାଁ ରହିଥିବା ବେଳେ ଆଜି ପଜିଟିଭ ମାମଲା ସାମାନ୍ୟ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 30,615 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 30,615 fresh covid cases) । ଯାହା ଗତକାଲି(ମଙ୍ଗଳବାର) ଅପେକ୍ଷା ୧୧ ପ୍ରତିଶତ ଅଧିକ । ସେହିପରି ଦିନକରେ 82,988 ଜଣ ସଂକ୍ରମିତ ସୁସ୍ଥ ହୋଇଥିବାବେଳେ 514 ଜଣଙ୍କ ମୃତ୍ୟୁ ଘଟିଛି ।
INDIA CORONA: ଦିନକରେ 30615 ନୂଆ ସଂକ୍ରମିତ, ୫୧୪ ମୃତ
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 30,615 ନୂଆ ସଂକ୍ରମିତ ଚିହ୍ନଟ । 514 ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ
INDIA CORONA: ୩୦ ହଜାର ପାର୍ ସଂକ୍ରମଣ, ୫୧୪ ମୃତ୍ୟୁ
ଆଜିର ସଂକ୍ରମଣକୁ ମିଶାଇ ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା 3,70,240ରେ ପହଞ୍ଚିଛି । ଦେଶର ଦୈନିକ ପଜିଟିଭ୍ ରେଟ୍ 2.45% ରହିଛି । ଏଯାବତ୍ ଭାରତରେ ମୋଟ 4,18,43,446 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ସମୁଦାୟ 173.86 କୋଟି ଟୀକାକରଣ କରାଯାଇଛି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ 37 ଲକ୍ଷ ଡୋଜ ନେଇଛନ୍ତି ଲୋକେ ।
@ANI