ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ ହେଲା ମହାମାରୀ । କ୍ରମାଗତ ଦ୍ବିତୀୟ ଦିନରେ ପୁଣି ବଢିଲା ସଂକ୍ରମଣ । ଆଜି ମଧ୍ୟ ଦୈନିକ ପଜିଟିଭ ମାମଲା ୩୦ ହଜାର ପାର୍ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 30,757 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 30,757 fresh covid cases) । ସେହିପରି ଦିନକରେ 67,538 ଜଣ ସଂକ୍ରମିତ ସୁସ୍ଥ ହୋଇଥିବାବେଳେ 541 ଜଣଙ୍କ ମୃତ୍ୟୁ ଘଟିଛି ।
INDIA CORONA: ଆଜି ବି ୩୦ ହଜାର ପାର୍ ସଂକ୍ରମଣ, ୫୪୧ ମୃତ - ଭାରତ କୋରୋନା ଅପଡେଟ୍
କ୍ରମାଗତ ଦ୍ବିତୀୟ ଦିନରେ ପୁଣି ବଢିଲା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 30,757 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ
![INDIA CORONA: ଆଜି ବି ୩୦ ହଜାର ପାର୍ ସଂକ୍ରମଣ, ୫୪୧ ମୃତ INDIA CORONA: ଆଜି ବି ୩୦ ହଜାର ପାର୍ ସଂକ୍ରମଣ, ୫୪୧ ମୃତ୍ୟୁ](https://etvbharatimages.akamaized.net/etvbharat/prod-images/768-512-14489724-thumbnail-3x2-corona.jpg)
INDIA CORONA: ଆଜି ବି ୩୦ ହଜାର ପାର୍ ସଂକ୍ରମଣ, ୫୪୧ ମୃତ୍ୟୁ
ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା 3,32,918ରେ ପହଞ୍ଚିଛି । ଦେଶର ଦୈନିକ ପଜିଟିଭ୍ ରେଟ୍ 2.61% କୁ ବୃଦ୍ଧି ପାଇଛି । ଏଯାବତ୍ ଭାରତରେ ମୋଟ 4,19,10,984 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ସମୁଦାୟ 1,74,24,36,288 କୋଟି ଟୀକାକରଣ କରାଯାଇଛି ।
@ANI