ଓଡିଶା

odisha

ETV Bharat / bharat

INDIA CORONA: ଦିନକରେ ୨.୮୬ ଲକ୍ଷ ନୂଆ ସଂକ୍ରମିତ - ଭାରତ କୋରୋନା

୩ ଲକ୍ଷ ମୁହାଁ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 2,86,384 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

INDIA CORONA: ଦିନକରେ ୨.୮୬ ଲକ୍ଷ ନୂଆ ସଂକ୍ରମିତ
INDIA CORONA: ଦିନକରେ ୨.୮୬ ଲକ୍ଷ ନୂଆ ସଂକ୍ରମିତ

By

Published : Jan 27, 2022, 9:35 AM IST

ନୂଆଦିଲ୍ଲୀ:ଦେଶରେ ସଂକ୍ରମଣ ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଛି । ୩ ଲକ୍ଷ ମୁହାଁ ହୋଇଛି ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 2,86,384 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି((India reports 2,86,384 COVID cases) । ଗତକାଲି(ବୁଧବାର) ଏହି ସଂଖ୍ୟା 2.85 ଲକ୍ଷ ଥିଲା । ସଂକ୍ରମଣ ବଢିବା ସହ ସୁସ୍ଥସଂଖ୍ୟା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଛି ।

ଆଜି ଦିନକରେ ୩ ଲକ୍ଷ ଟପିଛି ସୁସ୍ଥସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 3,06,357 ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 573 କୋରୋନାରେ ପ୍ରାଣ ହରାଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସକ୍ରିୟ ମାମଲା 22,02,472 ରେ ପହଞ୍ଚିଛି । ଭାରତର ଦୈନିକ ପଜିଟିଭ ହାର 19.59%କୁ ବୃଦ୍ଧି ପାଇଛି । ଏହି କ୍ରମରେ ଦେଶରେ ଏଯାବତ୍ 1,63,84,39,207 କୋଟି ଭ୍ୟାକ୍ସିନ ଡୋଜ୍ ଦିଆସରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details