ନୂଆଦିଲ୍ଲୀ:ଦେଶରେ କମୁଛି ବଢୁଛି ସଂକ୍ରମଣ । କିଛି ଦିନ ଧରି ସଂକ୍ରମଣ ହ୍ରାସ ପାଇବା ପରେ ପୁଣି ସାମାନ୍ୟ ଉପରମୁହାଁ ହୋଇଛି । ଆଜି ସଂକ୍ରମଣ ଲକ୍ଷେ ତଳକୁ ଥିଲେ ମଧ୍ୟ ପୂର୍ବଦିନ ଅପେକ୍ଷା ସାମାନ୍ୟ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 71,365 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି(ମଙ୍ଗଳବାର) ଏହି ସଂଖ୍ୟା 67,597 ଥିଲା । ସେହିପରି ମୃତ୍ୟୁସଂଖ୍ୟା ଆଜି ବି ୧୦୦୦ ପାର୍ କରିଛି । ଦିନକରେ ଦେଶରେ 1,217 ଆକ୍ରାନ୍ତ ପ୍ରାଣ ହରାଇଥିବାବେଳେ 1,72,211 ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
INDIA CORONA: ଦିନକରେ ୭୧୩୬୫ ନୂଆ ସଂକ୍ରମିତ, ୧୨୧୭ ମୃତ
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 71,365 ନୂଆ ସଂକ୍ରମିତ ଚିହ୍ନଟ । ୧୨୧୭ ଜଣ ଆକ୍ରାନ୍ତ ମୃତ । ଅଧିକ ପଢନ୍ତୁ
INDIA CORONA: ଦିନକରେ ୭୧୩୬୫ ନୂଆ ସଂକ୍ରମିତ, ୧୨୧୭ ମୃତ
ମନ୍ତ୍ରଣାଳୟ ଅନୁଯାୟୀ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା 8,92,828ରେ ପହଞ୍ଚିଛି । ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା 5,05,279କୁ ବୃଦ୍ଧି ପାଇଛି । ଦେଶର ଦୈନିକ ପଜିଟିଭ୍ ରେଟ୍ 4.54% ରହିଛି । ଏଯାବତ୍ ଭାରତରେ ମୋଟ 1,70,87,06,705 ଟୀକାକରଣ କରାଯାଇଛି ।