ଓଡିଶା

odisha

ETV Bharat / bharat

INDIA CORONA: କମୁଛି ସଂକ୍ରମଣ, ଦିନକରେ ୩୪୧୧୩ ପଜିଟିଭ ୩୪୬ ମୃତ

ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪,୧୧୩ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

By

Published : Feb 14, 2022, 9:19 AM IST

Updated : Feb 14, 2022, 9:26 AM IST

ଦିନକରେ ୩୪,୧୧୩ ପଜିଟିଭ
ଦିନକରେ ୩୪,୧୧୩ ପଜିଟିଭ

ନୂଆଦିଲ୍ଲୀ:କୋରୋନାରେ ଆଉଟ ପାଉଟୁ ହେଉଥିବା ଦେଶବାସୀଙ୍କୁ କିଛି ଦିନ ହେବ ସାମାନ୍ୟ ଆଶ୍ବସ୍ତି ମିଳୁଛି । ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଉଛି । କିଛି ଦିନ ହେବଦେଶରେ ତଳମୁହାଁ ରହିଛି କୋରୋନା ଗ୍ରାଫ୍ । ଲଗାତାର ଭାବେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪ ହଜାର ୧୧୩ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India reports 34,113 fresh covid cases) ।

ଦେଶର ଦୈନିକ ପଜିଟିଭ୍ ରେଟ୍ ୩.୧୯%କୁ ଖସି ଆସିଛି । ଦେଶରେ 4,78,882 ସକ୍ରିୟ ମାମଲା ରହିିଛି । ଆଜିର ସଂକ୍ରମିତ ରେଟ ଗତକାଲି ଚିହ୍ନଟ ପଜିଟିଭ ଅପେକ୍ଷା ୧୧ ପ୍ରତିଶତ କମ ଅଛି । ଆଜି ଦିନକରେ ୩୪୬ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । କୋରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୯ ହଜାର ୧୧କୁ ବୃଦ୍ଧି ହୋଇଛି । ଦେଶରେ ସୁସ୍ଥହାର ୯୭.୫୫%, ସକ୍ରିୟ ମାମଲା ହାର ୧.୨୬% ରହିଛି । ବର୍ତ୍ତମାନ ୪ କୋଟି ୭୮ ଲକ୍ଷ ୮୮୨ ସକ୍ରିୟ ମାମଲା ରହିଛି । ଏଯାଏଁ ସୁସ୍ଥ ହୋଇଛନ୍ତି ୪ ୧୬,୭୭,୬୪୧ ଆକ୍ରାନ୍ତ । ୧,୭୨,୯୫,୮୭,୪୯୦ ଟୀକାକରଣ ଶେଷ ହୋଇଛି ।

@ANI

Last Updated : Feb 14, 2022, 9:26 AM IST

ABOUT THE AUTHOR

...view details