ଓଡିଶା

odisha

ETV Bharat / bharat

INDIA CORONA: ୯,୧୯୫ ନୂଆ ଆକ୍ରାନ୍ତ, ଓମିକ୍ରନ ମାମଲା ୭୮୨କୁ ବୃଦ୍ଧି - ଭାରତ ଦୈନିକ କୋରୋନା ରିପୋର୍ଟ

ଦେଶରେ ପୁଣି ବଢିଲା କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୯,୧୯୫ ନୂଆ ସଂକ୍ରମିତ । ସେପଟେ ୭୮୨ରେ ପହଞ୍ଚିଲା ଭାରତର ମୋଟ ଓମିକ୍ରନ ମାମଲା ।

INDIA CORONA: ୯,୧୯୫ ନୂଆ ଆକ୍ରାନ୍ତ, ଓମିକ୍ରନ ମାମଲା ୭୮୨କୁ ବୃଦ୍ଧି
INDIA CORONA: ୯,୧୯୫ ନୂଆ ଆକ୍ରାନ୍ତ, ଓମିକ୍ରନ ମାମଲା ୭୮୨କୁ ବୃଦ୍ଧି

By

Published : Dec 29, 2021, 11:42 AM IST

ନୂଆଦିଲ୍ଲୀ: କିଛି ଦିନରେ ବିରତି ପରେ ଦେଶରେ ପୁଣି ବଢିଲା କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୯,୧୯୫ ନୂଆ ସଂକ୍ରମିତ(india reports 9, 195 new covid-19 cases) । ସେହିପରି ଗୋଟିଏ ଦିନରେ ୭,୩୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ମୋଟ ସୁସ୍ଥସଂଖ୍ୟା ୩,୪୨,୫୧,୨୯୨ କୁ ବୃଦ୍ଧି ପାଇଛି । ଏବେସୁଦ୍ଧା ଦେଶରେ ୭୭,୦୦୨ଟି ସକ୍ରିୟ ମାମଲା ରହିଛି ।

ଅପରପକ୍ଷେ ଭାରତରେ ହୁ ହୁ ହୋଇ ମାଡି ଚାଲିଛି ଓମିକ୍ରନ ଭାଇରସ୍ । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୭୮୨ରେ(781 Omicron cases in India so far) ପହଞ୍ଚିଛି । ସେଥିମଧ୍ୟରୁ ଦିଲ୍ଲୀରୁ ସର୍ବାଧିକ ୨୩୮ଟି ମାମଲା ଠାବ ହୋଇଛି । ଏହି କ୍ରମରେ ମହାରାଷ୍ଟ୍ରରୁ ୧୬୭, ଗୁଜୁରାଟରୁ ୭୩, କେରଳରୁ ୬୫, ତେଲେଙ୍ଗାନାରୁ ୬୨, ରାଜସ୍ଥାନରୁ ୪୬, କର୍ଣ୍ଣାଟକରୁ ୩୪, ତାମିଲନାଡୁରୁ ୩୪, ହରିୟାଣାରୁ ୧୨, ପଶ୍ଚମବଙ୍ଗରୁ ୧୧, ମଧ୍ୟପ୍ରଦେଶରୁ ୯, ଓଡିଶାରୁ ୯, ଆନ୍ଧ୍ରପ୍ରଦେଶରୁ ୬, ଉତ୍ତରାଖଣ୍ଡରୁ ୪, ଚଣ୍ଡୀଗଡରୁ ୩, ଜାମ୍ମୁ-କାଶ୍ମୀରରୁ ୩, ଉତ୍ତରପ୍ରଦେଶରୁ ୨, ଗୋଆ, ହିମାଚଳ ପ୍ରଦେଶ, ଲଦାଖ, ମଣିପୁରରୁ ଗୋଟିଏ ଲେଖାଏଁ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

@ANI

ABOUT THE AUTHOR

...view details