ଓଡିଶା

odisha

ETV Bharat / bharat

ଦେଶରେ ଲକ୍ଷେ ତଳକୁ ଖସିଲା ସଂକ୍ରମଣ, ଦିନକରେ 86 ହଜାର 498 ସଂକ୍ରମିତ

ଦେଶରେ ତଳ ମୁହାଁ ହେଉଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 86 ହଜାର 498 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଖସିଲା ସଂକ୍ରମଣ
ଖସିଲା ସଂକ୍ରମଣ

By

Published : Jun 8, 2021, 9:59 AM IST

ନୂଆଦିଲ୍ଲୀ: ଦେଶରେ ତଳ ମୁହାଁ ହେଉଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 86 ହଜାର 498 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 2 କୋଟି 89 ଲକ୍ଷ 96 ହଜାର 473କୁ ବୃଦ୍ଧି ପାଇଛି ।

ସେହିପରି ଆଜି ଦେଶରେ 2 ହଜାର 123 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 3 ଲକ୍ଷ 51 ହଜାର 309ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଦେଶରେ 24 ଘଣ୍ଟା ମଧ୍ୟରେ 1 ଲକ୍ଷ 82 ହଜାର 282 ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା 2 କୋଟି 73 ଲକ୍ଷ 41 ହଜାର 462ରେ ପହଞ୍ଚିଛି । ଫଳରେ ଦେଶରେ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଉଥିବା ଦେଖାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା 13 ଲକ୍ଷ 3 ହଜାର 702 ଟି ସକ୍ରିୟ ମାମଲା ରହିଛି । ଏହାସହ ଦେଶରେ ଏପର୍ଯ୍ୟନ୍ତ 23 କୋଟି 61 ଲକ୍ଷ 98 ହଜାର 726 ଜଣଙ୍କର ଟୀକାକରଣ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details