ନୂଆଦିଲ୍ଲୀ: ପୁଣି କଡ ଲେଉଟାଇଲାଣି ମହାମାରୀ । ଦେଶରେ ଦ୍ରୁତଗତିରେ ମାଡୁଛି ମହାମାରୀ । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ହୁ ହୁ ହୋଇ ବଢୁଛି ସଂକ୍ରମଣ । ଏବେ ଦୈନିକ ସଂକ୍ରମଣ ୯ ହଜାର ମୁହାଁ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରୁ ମୋଟ 8,084 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 8,084 fresh Covid Cases) । ୨୪ ଘଣ୍ଟା ମଧ୍ୟରେ କେବଳ 10 ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା 42657335 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦୈନିକ ପଜିଟିଭ ହାର 3.24% ରହିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
India Corona: ବଢୁଛି ସଂକ୍ରମଣ, ଦିନକରେ 8084 ପଜିଟିଭ - ଦେଶ କୋରୋନା ମାମଲା
ଦେଶରେ ପୁଣି ବେଲଗାମ୍ ହେଉଛି ମହାମାରୀ । ଗତ 24 ଘଣ୍ଟାରେ 8,084 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ
ମାଡିଲାଣି ମହାମାରୀ, ୯ ହଜାର ମୁହାଁ ଦୈନିକ ସଂକ୍ରମଣ
ମନ୍ତ୍ରଣାଳୟ ଅନୁଯାୟୀ, ସଂକ୍ରମଣ ବଢିବା ସହ ଭାରତରେ ସକ୍ରିୟ ମାମଲା ଏବେ 40 ହଜାର ପାର୍ କରିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 47,995ରେ ପହଞ୍ଚିଛି । ଦେଶରେ ଏଯାବତ 4,26,57, 335 ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ମୋଟ 524771 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 195 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଦେଶରେ ମୋଟ 1, 95, 19, 81, 150 ଲୋକ ଟିକା ନେଇଛନ୍ତି ।