ଓଡିଶା

odisha

ETV Bharat / bharat

INDIA CORONA: ୨୪ ଘଣ୍ଟାରେ 7,992 ଆକ୍ରାନ୍ତ ଚିହ୍ନଟ, 393 ମୃତ - health ministry data on corona

ଗତ କିଛିଦିନ ଧରି ୧୦ ହଜାର ତଳକୁ ରହୁଛି ଦେଶର ଦୈନିକ ସଂକ୍ରମଣ(India daily corona infection) । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର 7 ହଜାର 992 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 393 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ

INDIA CORONA: ୨୪ ଘଣ୍ଟାରେ 7,992 ଆକ୍ରାନ୍ତ ଚିହ୍ନଟ, 393 ମୃତ
INDIA CORONA: ୨୪ ଘଣ୍ଟାରେ 7,992 ଆକ୍ରାନ୍ତ ଚିହ୍ନଟ, 393 ମୃତ

By

Published : Dec 11, 2021, 12:38 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଛି । କେତେବେଳେ ବଢୁଛି ତ କେତେବେଳେ କମୁଛି । ତଥାପି ଗତ କିଛିଦିନ ଧରି ୧୦ ହଜାର ତଳକୁ ରହୁଛି ଦେଶର ଦୈନିକ ସଂକ୍ରମଣ(India daily corona infection) । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର 7 ହଜାର 992 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 393 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏପଟେ ପଜିଟିଭ ମାମଲା କମିବା ସହ ସୁସ୍ଥସଂଖ୍ୟା (recovery rate)ବୃଦ୍ଧି ପାଉଛି । ଗୋଟିଏ ଦିନରେ ଦେଶରୁ ମୋଟ 9 ହଜାର 265 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ(health ministry data) ଅନୁଯାୟୀ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 46 ଲକ୍ଷ 82 ହଜାର 736ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 75 ହଜାର 128ରେ ପହଞ୍ଚିଛି । ଦେଶରେ ମୋଟ 93 ହଜାର 277 ଟି ସକ୍ରିୟ ମାମଲା ରହିଛି, ଯାହା 559 ଦିନରେ ସର୍ବନିମ୍ନ ।

ସେହିପରି ଗତକାଲିର ସୁସ୍ଥତାକୁ ମିଶାଇ ଦେଶରେ ସୁସ୍ଥହାର ୯୮.୩୬ ପ୍ରତିଶତରେ ପହଞ୍ଚିଛି । ଏପଟେ ଦେଶରେ ୧୩୧.୯୯ କୋଟି ଡୋଜ ଟୀକାକରଣ(corona vaccination) ସରିଛି ।

@ANI

ABOUT THE AUTHOR

...view details