ହାଇଦ୍ରାବାଦ:ଦେଶରେ ବଢ଼ି ଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଦେଶରେ ପୁଣି ଉପର ମୁହାଁ କୋରୋନା ଗ୍ରାଫ। ଦେଶରେ କୋରୋନା ସଂକ୍ରମିତଙ୍କ ସହ ତାଳ ଦେଇ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହାକି ଚିନ୍ତାକୁ ଏକ ପ୍ରକାର ଦ୍ବିଗୁଣିତ କରିଛି। ଗତ 24 ଘଣ୍ଟା ମଧ୍ୟରେ 761 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 12ଜଣଙ୍କ ମୁଣ୍ଡ ନେଇଛି କୋରୋନା । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ପଜିଟିଭ ସଂଖ୍ଯାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 4334କୁ ବୃଦ୍ଧି ପାଇଛି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଦେଶରେ 220,67,79,081 ବ୍ୟକ୍ତିଙ୍କୁ ଟିକା କରଣ କରାଯାଇଛି।
ଗତ 24 ଘଣ୍ଟାରେ 12 ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା 5,33,385କୁ ବୃଦ୍ଧି ପାଇଛି। କେରଳରେ ସର୍ବାଧିକ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। କେରଳରୁ 5ଜଣ, କର୍ଣ୍ଣାଟକରେ 4ଜଣ, ମହାରାଷ୍ଟ୍ରରେ 2 ଏବଂ ଉତ୍ତରପ୍ରଦେଶରୁ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ତେବେ କର୍ଣ୍ଣାଟକରେ ସବୁଠାରୁ ସ୍ଥିତି ଗମ୍ଭୀର ରହିଛି । କେବଳ କର୍ଣ୍ଣାଟକରୁ 298 ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି କୋରୋନା ପଡିଟିଭ ହାର 3.46 ପ୍ରତିଶତରୁ ବୃଦ୍ଧି ପାଇ 3.82ରେ ପହଞ୍ଚିଛି।